Get Updates
Get notified of breaking news, exclusive insights, and must-see stories!

ମହାନଦୀରୁ ମିଳିଲା ନିଖୋଜ ପ୍ରେମିକର ଶବ : ହେଲେ କାହିଁକି ଗର୍ଲଫ୍ରେଣ୍ଡର ଏକ୍ସବୟଫ୍ରେଣ୍ଡକୁ ନେଇ ଉଠିଲା ସନ୍ଦେହ

କଟକ ମହାନଦୀ ଜୋବ୍ରା ଆନିକଟ୍ ନିକଟରୁ ମିଳିଳା ନିଖୋଜ ଛାତ୍ରଙ୍କ ମୃତ ଦେହ । ଖ୍ରୀଷ୍ଟ କଲେଜ୍ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କର ମୃତ ଦେହ ଆନିକଟରୁ ଉଦ୍ଧାର ହୋଇଛି

କଟକ : କଟକ ମହାନଦୀ ଜୋବ୍ରା ଆନିକଟ୍ ନିକଟରୁ ମିଳିଳା ନିଖୋଜ ଛାତ୍ରଙ୍କ ମୃତ ଦେହ । ଖ୍ରୀଷ୍ଟ କଲେଜ୍ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କର ମୃତ ଦେହ ଆନିକଟରୁ ଉଦ୍ଧାର ହୋଇଛି । ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଏହି ମୃତ ଦେହକୁ ଉଦ୍ଧାର କରିଛି । ଗତ 3 ତାରିଖରେ ଏହିଠାରୁ ବାଇକ୍ ଜବତ କରିଥିଲା ପୁଲିସ । ପରିବାର ଲୋକ ଏହି ଘଟଣାକୁ ନେଇ ଅପହରଣ ଓ ହତ୍ୟାର ଅଭିଯୋଗ କରିଛନ୍ତି । ତୁଷାରଙ୍କ ପ୍ରେମିକା ଓ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍ ଏହି ଘଟଣାରେ ସଂପୃକ୍ତ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ତାଙ୍କ ବାପା କହିଛନ୍ତି ମୋ ପୁଅ ମାନସିକ ଭାବରେ ଭାରି ଶକ୍ତ । ତାଙ୍କ ପୁଅର ସାଙ୍ଗମାନେ ତାକୁ ନେଇ ମାରିଛନ୍ତି ବୋଲି ବାପା ଅଭିଯୋଗ କରିଛନ୍ତି । ସେହିପରି ତାଙ୍କ ପୁଅର ପ୍ରେମିକା ମେସେଜରେ ପୁଅକୁ ଧମକ ଦେଇଥିବା ସେ କହିଛନ୍ତି ।

କମିଶନରେଟ୍ ପୋଲିସ

ଉକ୍ତ ଯୁବତୀ ଜଣଙ୍କ ତୁଷାରଙ୍କ କଥାବାର୍ତ୍ତା କରିବାରୁ ତାଙ୍କ ବୟଫ୍ରେଣ୍ଡ ରାଗି ଯାଇଥିଲେ । ଏପରିକି ଉକ୍ତ ବୟଫ୍ରେଣ୍ଡ ତାଙ୍କୁ ଛାଡି ଦେଇଥିଲା । ଏହାକୁ ନେଇ ଯୁବତୀ ଓ ତୁଷାରଙ୍କ ମଧ୍ୟରେ ମତଭେଦ ହୋଇଥିଲା । ତୁଷାରଙ୍କୁ ମାଡ଼ ମରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଯୁବତୀଙ୍କର ଏକ୍ସ ବୟଫ୍ରେଣ୍ଡ ଜଣଙ୍କ ସାଲେପୁର ଅଞ୍ଚଳର ବୋଲି ମୃତ ତୁଷାରଙ୍କ ପରିବାର ଲୋକ କହିଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ ସଠିକ୍ ଭାବରେ କରନ୍ତୁ ବୋଲି ଦାବି କରିଛନ୍ତି ପରିବାର ଲୋକ ।
ଏଠାରେ ସୂଚନାଥାଉକି, ଗତ 3 ତାରିଖରେ ତୁଷାର ବାଇକ୍‌ ନେଇ ଘରୁ କେଉଁଆଡ଼େ ବାହାରି ଯାଇଥିଲେ । ତା'ପରେ ସେ ଦୀର୍ଘ ସମୟ ଧରି ଘରକୁ ଫେରି ନଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ । ଏହା ପରେ ସେମାନେ କ୍ୟାଣ୍ଟେନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ । ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ସେହିଦିନ ଜୋବ୍ରା ନିକଟରୁ ତୁଷାରଙ୍କ ବାଇକ୍ ଜବତ କରିଥିଲା । ଏହାପରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+