ପୋଲିସ ପଞ୍ଝାରେ ‘କଟୁରୀ ଗ୍ୟାଙ୍ଗ’, ମର୍ଣ୍ଣିଂୱାକ୍ ବେଳେ କରୁଥିଲେ ଟାର୍ଗେଟ୍
ଆଜି କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ।
ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିବା କଟୁରୀ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ । ଦୀର୍ଘ ଦିନ ଧରି ପଲସର ବାଇକରେ ଆସି କଟୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରି ଲୁଟ୍ ଓ ଛିନତାଇ କରୁଥିଲେ ଏହି ଗ୍ୟାଙ୍ଗ୍ । ଆଜି କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍।

ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ। ୪ ମାସ ହେଲା ଏମାନେ ଦ୍ୱୈତନଗରୀରେ ଛିନତାଇ ଓ ରାହାଜାନି କରୁଥିଲେ। ବିଶେଷ କରି ମର୍ଣ୍ଣିଂ ଓ୍ୱାକ୍ରେ ଯାଉଥିବା ଓ ଏକୁଟିଆ ଯା'ଆସ କରୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ପଲସରରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରି ସେମାନଙ୍କ ପାଖରୁ ଅଳଙ୍କାର ଓ ଟଙ୍କା ଛଡ଼ାଇ ନେଉଥିଲେ।
ଗିରଫ ଅପରାଧୀମାନଙ୍କ ଠାରୁ ୧୯ଟି ସୁନା ଚେନ୍, ୬.୨ କିଲୋଗ୍ରାମ ଓଜନର ରୁପା ଅଳଙ୍କାର, ୧୩,୬୦୦ ଟଙ୍କା, ଗୋଟିଏ ପଲସର ବାଇକ୍, ହୋଣ୍ଡା ଆକ୍ଟିଭା ଓ କଟୁରୀ ଜବତ କରାଯାଇଛି। ଗିରଫ ୫ ଅପରାଧୀ ଦ୍ୱୈତନଗରୀର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ୨୫ଟି ମାମଲାରେ ସଂଶ୍ଳିଷ୍ଟ ଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।












Click it and Unblock the Notifications