ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇ ଟିମ
ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ପିଡୀତାଙ୍କ ଘରେ ପହଞ୍ଚିଛି ସିବିଆଇ ଟିମ । ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି।
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ପିଡୀତାଙ୍କ ଘରେ ପହଞ୍ଚିଛି ସିବିଆଇ ଟିମ । ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା କରୁଥିବା ନେଇ ସୂଚନା ମିଳିଛି। ଅଞ୍ଜନାଙ୍କ ସହ ସିବିଆଇ ଟିମ୍ ପ୍ରାୟ ୩୦ ମିନିଟ ଆଲୋଚନା କରିଛନ୍ତି।

ତେବେ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଛି। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ମହାରାଷ୍ଟରୁ ଗିରଫ କରିଥିଲା କମିଶନରେଟ ପୋଲିସ। ପରେ ମାର୍ଚ୍ଚ 5 ତାରିଖରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା ସିବିଆଇ। ପରେ ଝାରପଡ଼ା ଜେଲ ପରିସରରେ TI ପରେଡରେ ଅଭିଯୁକ୍ତ ବିବନକୁ ଚିହ୍ନିଥିଲେ ଅଞ୍ଜନା । ଏଥି ସହିତ ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିଲେ ସେ ।
ଉଲ୍ଲେଖଥାଉ କି, ଫେବୃୟାରୀ 22 ତାରିଖ ଦିନ 22 ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ। ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଥିଲେ ତତକାଳୀନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
1999 ମସିହା ଗଣଦୁଷ୍କର୍ମ ଘଟଣା:
ଉଲ୍ଲେଖଥାଉ କି, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ ଯୌନ ପିପାସୁ। ଏହି ଗଣଦୁଷ୍କର୍ମ ଘଟଣାରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଔରଫ ବିବନ ଫେରାର ହୋଇଯାଇଥିଲା । ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଅନେକ ଚେଷ୍ଟା ସତ୍ତେ୍ୱ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲା ସିବିଆଇ । ଏପରିକି ବିବନ ବିଶ୍ୱାଳ ମୃତ୍ୟୁବରଣ କରିଥିବା ନେଇ ମଧ୍ୟ ଏକ ଉଡା ଖବର ଆସିଥିଲା ।
ଅପରେସନ 'ନିରବ ବୋଡାସାପ':
ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ। ପରିଚୟ ପତ୍ର,ଆଧାର କାର୍ଡ, ପାସ୍ବୁକ୍ ଜଳନ୍ଧର ନାଁରେ କରିଥିଲା। ୩ ମାସ ତଳେ ସାଇଲେଣ୍ଟ ଅଭିଯାନ ଆରମ୍ଭ କରିଥିଲୁ। ଯାହା ସିବିଆଇ କରିପାରି ନଥିଲା, ତାହା କମିଶନରେଟ ପୋଲିସ କରି ଦେଖାଇଥିଲା ।
ସୂଚନାଥାଉ କି, ୧୯୯୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ ଘଟିଥିବା ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଡୋଇଥିଲା। ଏହି ଘଟଣାରେ ବିରୋଧୀଙ୍କ ଦାବି ପରେ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦୀରୁ ଇସ୍ତଫା ଦେଇଥିଲେ। ଜାନକୀଙ୍କୁ ହଟାଇ ଗିରିଧର ଗମାଙ୍ଗଙ୍କୁ ଦାୟିତ୍ୱ ଦେଇଥିଲେ ସୋନିଆ ଗାନ୍ଧି।












Click it and Unblock the Notifications