For Quick Alerts
Turn On Notification  
For Daily Alerts
Oneindia App Download

1999 ମସିହା ଗଣଦୁଷ୍କର୍ମ ଘଟଣା: 22 ବର୍ଷ ପରେ ଧରା ପଡିଲା 'ବୋଡାସାପ' ବିବନ

ଦୀର୍ଘ ୨୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ ଔରଫ ବୋଡାସାପ ।

|

କଟକ: ବହୁ ଚର୍ଚ୍ଚିତ ସାମ୍ବାଦିକା ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଦୀର୍ଘ ୨୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ ଔରଫ ବୋଡାସାପ । ଏହି ମାମଲାର ତଦନ୍ତ ଭାର ସିବିଆଇ କାନ୍ଧରେ ରହିଥିଲା।

 1999 Rape Case

ତେବେ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଥିଲେ କୋର୍ଟ । ଉଭୟ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ହୋଇଥିଲା । ୩ ମାସ ତଳୁ ବିବନକୁ ଖୋଜିବା ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ମୁମ୍ବାଇ-ପୁନେ ରାସ୍ତାରେ ଛଦ୍ମ ନାମରେ ରହୁଥିଲା ବିବନ । ଜଳନ୍ଧର ସ୍ବାଇଁ ନାଁରେ ନଭି ମୁମ୍ବାଇରେ ରହୁଥିଲା ବିବନ । ନିଜର ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିବାରେ ଲାଗିଥିଲା ବିବନ । ଶେଷରେ ପୋଲିସ ହାତରେ ଧରାପଡିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
1999 Rape Case- Main Accused Biban Biswal Arrested
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X