ଟିଆଇ ପରେଡରେ ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲ ପରିସରରେ TI ପରେଡ୍‌ ଶେଷ ହୋଇଛି। TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲ ପରିସରରେ TI ପରେଡ୍‌ ଶେଷ ହୋଇଛି। TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି। ତେବେ ଅଞ୍ଜନା ଗଣମାଧ୍ୟମ ପ୍ରତିଧିନିଙ୍କୁ କହିଥିଲେ- ଯାହା ହୋଇଛି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହୋଇଛି। କୋର୍ଟରେ ଜଣାପଡ଼ିବ।

JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଝାରପଡ଼ା ଜେଲରେ TI ପରେଡ ହୋଇଥିଲା। ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନିବା ନେଇ TI ପରେଡ ହୋଇଥିଲା। ୧୦ ମିନିଟ୍‌ ଧରି TI ପରେଡ୍‌ ହୋଇଥିଲା।

Biban Biswal

ସେପଟେ ଆସନ୍ତାକାଲି ବିବନକୁ ଦିନିକିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ମିଳିଛି । ସ୍ୱତନ୍ତ୍ର ସିବିଆଇ CJM କୋର୍ଟ ଏହି ଅନୁମତି ଦେଇଛନ୍ତି । ଆସନ୍ତାକାଲି ବିବନକୁ ଦିନିକିଆ ରିମାଣ୍ଡରେ ସିବିଆଇ ଓ ପର ଦିନ ଅର୍ଥାତ ଗୁରୁବାର ପୁଣି କମିଶନରେଟ ପୋଲିସକୁ ହସ୍ତାନ୍ତର କରିବ । ତେବେ ବିବନକୁ 5 ଦିନିଆ ରିମାଣ୍ଡରେ ନେବାକୁ CBI ଆବେଦନ କରିଥିବା ବେଳେ କୋର୍ଟ କେବଳ ଦୁଇ ଦିନ ନେବାକୁ ଅନୁମତି ଦେଇଛନ୍ତି ।

ସୂଚନାଥାଉକି, ଗତ ଫେବୃଆରୀ 22ରେ ଏହି ବହୁ ଚର୍ଚ୍ଚିତ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ । ମୁମ୍ବାଇରେ ଛଦ୍ମନାମରେ ଲୁଚି ରହିଥିବା ବେଳେ କମିଶନରେଟ୍ ପୁଲିସ ତାକୁ ଗିରଫ କରିଥିଲା । ଏଥିପାଇଁ ଅପରେସନ୍ ବୋଡା ସାପ କରିଥିଲା କମିଶନରେଟ୍ ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+