Get Updates
Get notified of breaking news, exclusive insights, and must-see stories!

ଅପରେସନ 'ନିରବ ବୋଡାସାପ' ଓ 22 ବର୍ଷର ଅଭିଯୁକ୍ତ ବିବନ

22 ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ।

ଭୁବନେଶ୍ୱର: ପୋଲିସର ପେଡିରେ ବୋଡାସାପ ! ସଫଳ ହୋଇଛି ଅପରେସନ 'ନିରବ ବୋଡାସାପ' । ଏହି ସଫଳତା ମିଳିଛି କଟକ-ଭୁବନେଶ୍ବର କମିଶନରେଟ ପୋଲିସକୁ । 22 ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

1999 ମସିହା ଗଣଦୁଷ୍କର୍ମ ଘଟଣା:

ଉଲ୍ଲେଖଥାଉ କି, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ ଯୌନ ପିପାସୁ। ଏହି ଗଣଦୁଷ୍କର୍ମ ଘଟଣାରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଔରଫ ବିବନ ଫେରାର ହୋଇଯାଇଥିଲା । ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଅନେକ ଚେଷ୍ଟା ସତ୍ତେ୍ୱ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲା ସିବିଆଇ । ଏପରିକି ବିବନ ବିଶ୍ୱାଳ ମୃତ୍ୟୁବରଣ କରିଥିବା ନେଇ ମଧ୍ୟ ଏକ ଉଡା ଖବର ଆସିଥିଲା ।

1999 Rape Case

ଅପରେସନ 'ନିରବ ବୋଡାସାପ':

ଆଜି ଏକ ପ୍ରେସ କନଫରେନ୍ସ କରି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ। ପରିଚୟ ପତ୍ର,ଆଧାର କାର୍ଡ, ପାସ୍‌ବୁକ୍ ଜଳନ୍ଧର ନାଁରେ କରିଥିଲା।

୩ ମାସ ତଳେ ସାଇଲେଣ୍ଟ ଅଭିଯାନ ଆରମ୍ଭ କରିଥିଲୁ। ଯାହା ସିବିଆଇ କରିପାରି ନଥିଲା, ତାହା ଆମେ ତାହା କରି ସଫଳ ହେଲୁ। ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ ବୋଲି କହିଛନ୍ତି ସିପି।

ସୂଚନାଥାଉ କି, ୧୯୯୯ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର ସମୟରେ ଘଟିଥିବା ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ଡୋଇଥିଲା। ଏହି ଘଟଣାରେ ବିରୋଧୀଙ୍କ ଦାବି ପରେ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦୀରୁ ଇସ୍ତଫା ଦେଇଥିଲେ। ଜାନକୀଙ୍କୁ ହଟାଇ ଗିରିଧର ଗମାଙ୍ଗଙ୍କୁ ଦାୟିତ୍ୱ ଦେଇଥିଲେ ସୋନିଆ ଗାନ୍ଧି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+