ହାଇଦର ସହଯୋଗୀ ୟାକୁବ ଗିରଫ, ଗ୍ୟାଙ୍ଗଷ୍ଟରକୁ ଖାଇବାକୁ ଦେଉଥିଲା ବିରିୟାନୀ
ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ଗତକାଲି ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆତ୍ମସମର୍ପଣ କରିଥିଲା ୟାକୁବ ଖାଁ ଓରଫ୍ ସିଲ୍ଲୁ ।
କଟକ: ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବକୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ଗତକାଲି ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆତ୍ମସମର୍ପଣ କରିଥିଲା ୟାକୁବ ଖାଁ ଓରଫ୍ ସିଲ୍ଲୁ । ହାଇଦାର ମାମଲାର ତଦନ୍ତ ନେଇ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିବା ବେଳେ ଟିମ୍ ସମ୍ପୃକ୍ତ ମାମଲାରେ ୟାକୁବକୁ ଗତକାଲି ପଚରାଉଚରା ପରେ ଆଜି ଗିରଫ କରିଛି ।

ଅପରପକ୍ଷରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇ ଗତ ଶନିବାରଠାରୁ ଫେରାର୍ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ତା' ଟେର ପାଇପାରୁନି ପୋଲିସ୍। ତାକୁ ଧରିବାକୁ ଓଡିଶା ପୋଲିସ 'ଅପରେସନ ହାଇଦର' ଜାରି କରି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା'ର ପତ୍ତା ମିଳିପାରିନି।
ୟାକୁବ SCBରେ ହାଇଦରକୁ ବହୁବାର ଭେଟିବା ସହ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଛି। ହାଇଦର ଫେରାର ମାମଲାରେ ସେ ପୋଲିସକୁ ସହଯୋଗ କରିବ ବୋଲି କହିଛି। ହାଇଦର ଏବେ କେଉଁଠି, ରାଜ୍ୟ ଭିତରେ ନା ବାହାରେ ସେ ନେଇ କୌଣସି ବି ସୂଚନା ମିଳିପାରିନି। କେମିତି ଓ କାହା ସହ ଗଲା ତାର ତନାଘନା କରୁଛି ପୋଲିସ ।
ସୂଚନାଯୋଗ୍ୟ, ହାଇଦରର ଦୀର୍ଘ ଦିନର ସହଯୋଗୀ ୟାକୁବ ହାଇଦର ଫେରାର ହେବା ଦିନ ତାକୁ ବିରିୟାନୀ ଦେଇଥିଲା। ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି ।












Click it and Unblock the Notifications