ଅପ୍ରେଲ ପହିଲାରୁ ବିଫଳ ହୋଇପାରେ ମୋବାଇଲ୍ ବିଲ୍ ଓ ଓଟିଟି ସବସ୍କ୍ରିପସନ୍, ଜାଣନ୍ତୁ ଏହାର କାରଣ

ଆରବିଆଇ ଏହି ନିୟମକୁ ଲାଗୁ କରିବାକୁ ଥିବାବେଳେ IAMAI (ଇଣ୍ଟରନେଟ୍ ଆଣ୍ଡ ମୋବାଇଲ ଆସୋସିଏସନ୍ ଅଫ୍ ଇଣ୍ଡିଆ) କହିଛି ବହୁତ ବଡ଼ ବ୍ୟାଙ୍କ ଏହି ନିୟମ ଲାଗୁ କରିବା ନେଇ ନିଜର ପ୍ରସ୍ତୁତି ଶେଷ କରିନାହାଁନ୍ତି ।

ଅପ୍ରେଲ ପହିଲାରୁ ଓଟିଟି ପ୍ଲାଟଫର୍ମ ଦ୍ୱାରା ସବସ୍କ୍ରିପସନ୍ ପାଇଁ ଲାଗୁ କରିବାକୁ ଥିବା ଅଟୋ ଡେବିଟ୍ ସିଷ୍ଟମ୍ ବନ୍ଦ ହୋଇଯିବ । ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ପ୍ରସ୍ତୁତ କରିଛି, ଯାହାକି ଅପ୍ରେଲ ପହିଲାରୁ ଲାଗୁ ହେବ । ଏହା ଦ୍ୱାରା ମୋବାଇଲ୍ ବିଲ୍ ଠାରୁ ଆରମ୍ଭ କରି ଅନ୍ୟ କୌଣସି ଉପଯୋଗାତା ବିଲ୍ ପେମେଣ୍ଟ ପାଇଁ ଅଟୋ ଡେବିଟ ବୈଶିଷ୍ଟ ବ୍ୟବହାର କରୁଛନ୍ତି ଏହା ଆଉ କରିପାରିବେ ନାହିଁ । ଆମେ ଆପଣଙ୍କୁ କହିରଖୁଛୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ Additional Factor Authentication (AFA) ପାଇଁ ନୂଆ ଗାଇଡଲାଇନ ପାଳନ କରିବା ପାଇଁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି ।

card

ଆରବିଆଇ ନିଜର ପ୍ରାରମ୍ଭିକ ସର୍କୁଲାରରେ କହିଥିଲେ, କ୍ରେଡିଟ୍, ଡେବିଟ୍ କାର୍ଡ ଏବଂ ପ୍ରିପେଡ୍ ପେମେଣ୍ଟ ସିଷ୍ଟମଗୁଡ଼ିକର ଏକ ଅତିରିକ୍ତ ଫ୍ୟାକ୍ଟର୍ (AFA) ଏବଂ ବର୍ତ୍ତମାନ ନୂତନ ନିର୍ଦ୍ଦେଶାବଳୀ ପ୍ରୟୋଗ କରିବାକୁ ଯୋଜନା କରୁଥିବା କହିଛନ୍ତି ଏବଂ ବର୍ତ୍ତମାନ ନୂତନ ନିର୍ଦ୍ଦେଶାବଳୀ ଏହା ପ୍ରୟୋଗ କରିବାର ସମୟ ଆସିଛି । ନୂତନ ନିର୍ଦ୍ଦେଶାବଳୀ ଦ୍ୱାରା ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ, ଯଥା ସଦସ୍ୟତା ଏବଂ ଡିଜିଟାଲ୍ ନ୍ୟୁଜ୍ ସବସ୍କ୍ରିପସନ୍ ଅଟୋ ଡେବିଟ୍ ସିଷ୍ଟମ୍ ପାଇଁ ପ୍ରଯୁଜ୍ୟ ହେବ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆରବିଆଇର ଏହି ନିଷ୍ପତ୍ତି କୋଟି କୋଟି ସବସ୍କ୍ରାଇବର ଉପରେ ପ୍ରଭାବ ପକାଇବ କାରଣ ନିୟମ ଲାଗୁ ହେବା ପରେ ଏହି ସବୁ ଟ୍ରାନଜାକସନ୍ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

ଅଟୋ ଡେବିଟ୍(ରେକରିଙ୍ଗ ଟ୍ରାନଜାକସନ୍) କୁ ନେଇ ଆରବିଆଇର ନୂଆ ନିୟମକୁ ସରଳ ଭାଷାରେ ବୁଝାଇଲେ, ଅପ୍ରେଲ ପହିଲାରୁ ବ୍ୟାଙ୍କକୁ ଅଟୋ ଡେବିଟ୍ ପାଇଁ ପାଞ୍ଚ ଜିନ ପୂର୍ବରୁ ଗ୍ରାହକଙ୍କ ନିକଟକୁ ଏକ ନୋଟିଫିକେସନ୍ ପଠାଇବାକୁ ହେବ । ଗ୍ରାହକ ଏନେଇ ମଞ୍ଜୁରୀ ଦେବା ପରେ ଏହି ଟ୍ରାନ୍ଜାକସନ୍ ହୋଇପାରିବ । ଯଦି ପେମେଣ୍ଟ 5ହଜାର ଟଙ୍କାରୁ ଅଧିକ ହେବ ତେବେ, ବ୍ୟାଙ୍କ ଗ୍ରାହକଙ୍କୁ ଓଟିପି (ଓ୍ୱାନ୍ ଟାଇମ୍ ପାସ୍ଓ୍ୱାର୍ଡ) ମଧ୍ୟ ପଠାଇବ ।

କିନ୍ତୁ ଏହା ମଧ୍ୟରେ ଏକ ସମସ୍ୟା ହେଇଛି, ଆରବିଆଇ ଏହି ନିୟମକୁ ଲାଗୁ କରିବାକୁ ଥିବାବେଳେ IAMAI (ଇଣ୍ଟରନେଟ୍ ଆଣ୍ଡ ମୋବାଇଲ ଆସୋସିଏସନ୍ ଅଫ୍ ଇଣ୍ଡିଆ) କହିଛି ବହୁତ ବଡ଼ ବ୍ୟାଙ୍କ ଏହି ନିୟମ ଲାଗୁ କରିବା ନେଇ ନିଜର ପ୍ରସ୍ତୁତି ଶେଷ କରିନାହାଁନ୍ତି, ଫଳରେ ବ୍ୟାଙ୍କ ସହ ଜଡ଼ିତ କାର୍ଡ ନେଟଓ୍ୱର୍କ ଏହି ସର୍କୁଲାରର ପାଳନ କରିପାରିବେ ନାହିଁ । ଯାହା ଦ୍ୱାରା ଅପ୍ରେଲ ପହିଲାରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ୱାରା ହେବାକୁଥିବା କୋଟି କୋଟି ଅଟୋ ଡେବିଟ୍ ପେମେଣ୍ଟ ବିଫଳ ହୋଇପାରେ ।

ଯଦିଓ ଭଲ କଥା ହେଉଛି, UPI ର AutoPay ସିଷ୍ଟମରେ ଏହି ପ୍ରକାର ଅଟୋ ଡେବିଟ୍ ଉପରେ କୈଣସି ପ୍ରଭାବ ପଡ଼ିବ ନାହିଁ । କେତେକ ବଡ଼ ବ୍ୟାଙ୍କ ଏବଂ ଏଥିସହିତ ଜଡ଼ିତ ନେଟଓ୍ୱର୍କ ସହଭାଗୀତା ଗୁଡ଼ିକ ନିଜର ଗ୍ରାହକମାନଙ୍କୁ ଏନେଇ ସୂଚନା ଦେବା ଆରମ୍ଭ କରିଦେଲେଣି । ଏପରି ଟ୍ରାନଜାକ୍ସନ୍ ପାଇଁ ଗ୍ରାହକଙ୍କୁ ଅନ୍ୟ ପ୍ରକାର ବିକଳ୍ପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+