Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବ୍ୟାଙ୍କ ବୁଡ଼ିଗଲେ 90 ଦିନ ମଧ୍ୟରେ ବୀମା ରାଶି ପାଇବେ ଆକାଉଣ୍ଟଧାରୀ

ବ୍ୟାଙ୍କ ବୁଡ଼ିଗଲେ 90 ଦିନ ମଧ୍ୟରେ ଆକାଉଣ୍ଟଧାରୀଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ DICGC ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।

ନୂଆଦିଲ୍ଲୀ : ବ୍ୟାଙ୍କ ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ବ୍ୟାଙ୍କ ବୁଡ଼ିଗଲେ 90 ଦିନ ମଧ୍ୟରେ ଆକାଉଣ୍ଟଧାରୀଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ DICGC ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Nirmala-Sitharaman

ସଂସଦର ମୌସୁମୀ ଅଧିବେଶନରେ ରଖାଯିବ ଏହି ବିଲ୍

ବୁଧବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (DICGC) ଅଧିନିୟମରେ ପରିବର୍ତ୍ତନକୁ ଅନୁମୋଦନ କରିଛି । ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍ ରଖାଯିବ । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ DICGC ଅଧିନିୟମରେ ସଂଶୋଧନ ସହିତ ଜମା ବୀମା ପରିସର ବୃଦ୍ଧି ପାଇବ ଏବଂ 98.3 ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟଧାରୀ ଏହା ଅଧୀନରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ ।

90 ଦିନରେ ମିଳିବ 5 ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି

ଏହି ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ, ଏହାର ଲାଇସେନ୍ସ ବାତିଲ ହୁଏ କିମ୍ବା ରିଜର୍ଭ ବ୍ୟାଙ୍କ ଦ୍ୱାରା କୌଣସି ପ୍ରତିବନ୍ଧକ ଥାଏ, ତେବେ 90 ଦିନ ମଧ୍ୟରେ ଆକାଉଣ୍ଟଧାରୀ ତାଙ୍କ ଜମାର 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବେ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଅସୁବିଧାଜନକ ବ୍ୟାଙ୍କ ମାମଲାରେ ପ୍ରଥମ 45 ଦିନ ମଧ୍ୟରେ ସେହି ସମସ୍ତ ଆକାଉଣ୍ଟ ବିଷୟରେ ସୂଚନା ସଂଗ୍ରହ କରାଯିବ । DICGC ଏହି ଖାତାଗୁଡ଼ିକୁ ଯାଞ୍ଚ କରିବ ଏବଂ ତା'ପରେ ଆଗାମୀ 45 ଦିନ ମଧ୍ୟରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାକାରୀଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଶେଷ ହେବ ।

ସମସ୍ତ ଜମାର 98.3% ଅନ୍ତର୍ଭୁକ୍ତ ହେବ

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ 100 ଟଙ୍କା ବ୍ୟାଙ୍କ ଜମା ପାଇଁ 10 ପଇସା ପ୍ରିମିୟମ ରହିଥିଲା । ଏହି ନିଷ୍ପତ୍ତି ପରେ ଏହାକୁ ବର୍ତ୍ତମାନ 12 ପଇସାକୁ ବୃଦ୍ଧି କରାଯାଇଛି । କିନ୍ତୁ ଏହା ଯେକୌଣସି ପରିସ୍ଥିତିରେ 100 ଟଙ୍କା ପ୍ରତି 15 ପଇସା ଅତିକ୍ରମ କରିବ ନାହିଁ । ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ବିଲ୍ 2021 ଅନୁଯାୟୀ, ସମସ୍ତ ଜମା ମଧ୍ୟରୁ 98.3% ଆବଣ୍ଟିତ ହେବ ଏବଂ ଜମା ମୂଲ୍ୟ ଅନୁଯାୟୀ, ଜମା ମୂଲ୍ୟର 50.9% କଭର୍ ହେବ ।

ଭାରତ ସରକାରଙ୍କ ଅଧିନରେ ଥିବା ସମସ୍ତ ଘରୋଇ ଏବଂ ସରକାରୀ ବ୍ୟାଙ୍କ ଏହି ନିୟମ ଦ୍ୱାରା କାର୍ଯ୍ୟ ଜାରି ରଖିବେ । ଜମାକାରୀ ଏବଂ ଗ୍ରାହକଙ୍କ ପାଇଁ ଏହି ନିୟମ ଦ୍ୱାରା ଫାଇଦା ହେବ । ଏବଂ ଯେଉଁବ୍ୟାଙ୍ଗ ଗୁଡ଼ିକ ବନ୍ଦ ହେବା ଉପରେ ତାଙ୍କ ଉପରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+