7th pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଶୀଘ୍ର ମିଳିବ ବର୍ଦ୍ଧିତ ଡିଏ... ଜାଣନ୍ତୁ କେତେ ପାଇବେ ବକେୟା


ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଦରମା ବୃଦ୍ଧିକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଶୀଘ୍ର ଉପହାର ପାଇପାରନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ରହିଥିବା ମହଙ୍ଗା ଭତ୍ତା ଶୀଘ୍ର ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଏହାର ଲକ୍ଷ ଲକ୍ଷ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏହି ଭତ୍ତା ଏବଂ ବକେୟା ଅର୍ଥ ପ୍ରଦାନ କରାଯିବ ।

ଶୀଘ୍ର ବଢିବ DA

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହା ଏକ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଥିବା ତିନୋଟି କିସ୍ତି ପାଇଁ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମାଚାରୀଙ୍କ ତିନୋଟି କିସ୍ତି 2020 ଜାନୁଆରୀ 1 ତିରିଖ, 2020 ଜୁଲାଇ 1 ଏବଂ 2021 ମସିହା ଜାନୁୟାରୀ ପହିଲାର କିସ୍ତା ବାକି ଅଛି । ଆଶା କରାଯାଉଛି ଶୁବ ଶୀଘ୍ର ଏହି ବକେୟା ଅର୍ଥ ପ୍ରଦାନ କରାଯିବ ।

Advertisement
Advertisement

28 ପ୍ରତିଶତରେ ପହଞ୍ଚିପାରେ ମହଙ୍ଗା ଭତ୍ତା

ଯଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ 4% ବୃଦ୍ଧି କରନ୍ତି, ତେବେ ସେମାନଙ୍କ ଡିଏ 28% କୁ ବୃଦ୍ଧି ପାଇପାରେ । ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ । ବର୍ତ୍ତମାନ କର୍ମଚାରୀମାନଙ୍କୁ 17 ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜୁନ୍ 2021 ରେ ଡିଏ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି, ଯେଉଁ କ୍ଷେତ୍ରରେ କର୍ମଚାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯିବ । ଏଥି ସହିତ, ମହଙ୍ଗା ଭତ୍ତା ସହିତ ଟ୍ରାଭେଲ୍ ଏବଂ ଚିକିତ୍ସା ଭତ୍ତା ମଧ୍ୟ ବୃଦ୍ଧି ପାଇବ ।

ପେସନର ସୀମା ବୃଦ୍ଧି

ଆମେ ଆପଣଙ୍କୁ କହିବୁ ଯେ, କେନ୍ଦ୍ର ସରକାର ପେନସନଭୋଗୀଙ୍କ ପାଇଁ ପାରିବାରିକ ପେନ୍‌ସନ୍‌ର ସର୍ବାଧିକ ସୀମା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପାରିବାରିକ ପେନ୍‌ସନ୍‌ର ସର୍ବାଧିକ ସୀମା ମାସକୁ 45 ହଜାରରୁ 1.25 ଲକ୍ଷକୁ ବୃଦ୍ଧି କରାଯାଇଛି । ଏଥି ସହିତ, କର୍ମଚାରୀଙ୍କ ଡିଏ ବୃଦ୍ଧି ସେମାନଙ୍କ ପ୍ରୋଭିଡେଣ୍ଟ ପାଣ୍ଠିର ପରିମାଣ ଉପରେ ମଧ୍ୟ ପ୍ରଭାବ ପକାଇବ । କର୍ମଚାରୀଙ୍କ DA ର ବୃଦ୍ଧି ପରେ ସେମାନଙ୍କର PF ମଧ୍ୟ ବୃଦ୍ଧି ପାଇବ । DA ର ବୃଦ୍ଧି ସହିତ PF ଅବଦାନ ମଧ୍ୟ ବୃଦ୍ଧି ପାଇବ ।

Read more about:

Have a great day!
Read more...

English Summary

7th Pay Commission : Central Government to Hike DA and clear Arrear.