କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲ୍‌ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟାଙ୍କ ବାପାଙ୍କର ଆଜି ପରଲୋକ ହୋଇଛି । ଆଜି ସକାଳେ ହାର୍ଦ୍ଦିକଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଛି ।
ଏଠାରେ ସୂଚନାଥାଉକି, ବରୋଦା ଟିମ୍‌ ପାଇଁ ବର୍ତ୍ତମାନ ସୟିଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି‌ ଖେଳୁଥିଲେ କୃଣାଲ । ବାପାଙ୍କ ଦେହାନ୍ତ ଖବର ଶୁଣିବା ପରେ ସେ ଘର ଅଭିମୁଖେ ବାହାରି ଯାଇଥିବା ସୂଚନା ମିଳିଛି । ପରିବାରର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ସେମାନଙ୍କ ସହ ଛିଡ଼ା ହେବେ ।

ହାର୍ଦ୍ଦିକ ପାଣ୍ଡ୍ୟା

ଏଥିପାଇଁ ସେ ସୟିଦ୍‌ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟ୍ରଫିର ଆଗାମୀ ଟୁର୍ଣ୍ଣାମେଣ୍ଟ୍‌ରେ ସାମିଲ ହୋଇପାରିବେ ନାହିଁ ବୋଲି ଜଣାପଡ଼ିଛି ।
ଏନେଇ ବରୋଦା କ୍ରିକେଟ୍ ଆସୋସିଏସନ୍‌ର ସିଇଓ ଶିଶିର ହଟ୍ଟଂଗଡି ନ୍ୟୁଜ୍‌ ଏଜେନ୍ସି ANIକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ହଁ, କୃଣାଲ ପାଣ୍ଡ୍ୟା ଟିମ୍‌ର ବାୟୋ ବବଲ୍‌ ଛାଡ଼ି ଦେଇଛନ୍ତି । ବର୍ତ୍ତମାନ ତାଙ୍କର ଓ ତାଙ୍କ ପରିବାର ପାଇଁ ବଡ଼ ଦୁଃଖର ସମୟ । ବରୋଦା କ୍ରିକେଟ୍ ଆସୋସିଏସନ୍‌ ହାର୍ଦ୍ଦିକ ଓ କୃଣାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକରେ ଶୋକ ପ୍ରକାଶ କରୁଛି'। ଅପରପକ୍ଷରେ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବା‌ ପାଇଁ ତାଲିମ ନେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+