ଦିଲ୍ଲୀ କୁ ଭେଟିବ ରାଜସ୍ଥାନ, ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମୁମ୍ବାଇ
IPL 2023 : ଆଇପିଏଲ୍ରେ ଆଜି (ଶନିବାର) ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ - ରାଜସ୍ଥାନ ରୟାଲ୍ସକୁ ଗୌହାଟୀରେ ଭେଟିବ । ଏହା ପରେ ରାତିରେ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ହେବେ ମୁହାଁମୁହିଁ ।

5 ଥର ଚାମ୍ପିଆନ ଦଳ ମୁମ୍ବାଇ ଇଣ୍ଡିଆନ୍ସଲ ଉପରେ ଆଜି ରହିଛି ସମସ୍ତଙ୍କ ନଜର । ସନ୍ଧ୍ୟା 7.30 ମିନିଟରେ ରେ ଖେଳାଯିବାକୁ ଥିବା ମ୍ୟାଚ୍ କୁ ଉତ୍ସାହର ଚାହିଁ ରହିଛନ୍ତି ସବୁ କ୍ରିକେଟପ୍ରେମୀ । ଚଳିତ ସିଜିନରେ ଚେନ୍ନାଇ ଦୁଇଟି ମ୍ୟାଚ୍ ଖେଳିଥିବାବେଳେ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ହାରିଛି । ଏପର୍ଯ୍ୟନ୍ତ ଗୋଟିଏ ବି ବିଜୟର ସ୍ୱାଦ ଚାଖିପାରିନି ମୁମ୍ବାଇ । ତେଣୁ ଆଜିର ମ୍ୟାଚରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ମୁମ୍ବାଇ ।
ଅପରାହ୍ନରେ ଖେଳାଯିବାକୁ ଥିବା ଗୌହାଟୀ ମୁକାବିଲାରେ ଡେଭିଡ୍ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିବ ସଂଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ । ଲଗାତାର ପରାଜୟ ବରଣ କରିଥିବାରୁ ୱାର୍ଣ୍ଣରଙ୍କ ଦଳ ଚାପରେ ରହିଛି । ଚଳିତ ଆଇପିଏଲରେ ଦିଲ୍ଲୀ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ୍ ଖେଳି ଖାତା ଖୋଲିପାରି ନାହିଁ । ତେଣୁ ଆଜି ମ୍ୟାଚକୁ ହାତେଇ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଦିଲ୍ଲୀ । ସେହିପରି ରାଜସ୍ଥାନ ଦୁଇଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି ।












Click it and Unblock the Notifications