ବାଜି ମାରିନେଲା ରାଜସ୍ଥାନ, 57 ରନରେ ହାରିଲା ଦିଲ୍ଲୀ

ବାଜି ମାରିନେଲା ରାଜସ୍ଥାନ, 57 ରନରେ ହାରିଲା ଦିଲ୍ଲୀ

IPL 2023 : ଗୌହାଟୀରେ ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ବାଜି ମାରିଛି ରାଜସ୍ଥାନ । ଦିଲ୍ଲୀ ଦଳକୁ ପୁଣି ପରାୟଜର ସାମ୍ନା ହେବାକୁ ପଡ଼ିଛି । 2023 ଆଇପିଏଲର 11 ତମ ମ୍ୟାଚରେ ଦିଲ୍ଲୀକୁ 57 ରନରେ ପରାସ୍ତ କରିଛି ରାଜସ୍ଥାନ ।

ରାଜସ୍ଥାନ ପ୍ରତମେ ବ୍ୟାଟିଂ କରି ଦିଲ୍ଲୀକୁ 200 ରନର ଟାର୍ଗେଟ୍ ଦେଇଥିଲା । କିନ୍ତୁ ଦିଲ୍ଲୀ 20 ଓଭରରେ 9 ୱିକେଟ ହରାଇ 142 ରନ କରିପାରିଥିଲା ।

RR

ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ଜୟସ୍ବାଲ ଓ ବଟଲର ଆରମ୍ଭରୁ ହିଁ ଚମତ୍କାର ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ୱିକେଟ ଯୋଡ଼ିରେ 98 ରନ ଯୋଗ କରିଥିଲେ । ଜୟସ୍ୱାଲ 60 ରନ୍ ଏବଂ ବଟଲର 79 ରନ କରିଥିଲେ । ସିମରନ ହେଟମେୟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି 39 ରନ କରିଥିଲେ ।

ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲଟ ଓ ଯୁଜବେନ୍ଦ୍ର ଚହଲ 3 ଟି ଲେଖାଏଁ ୱିକେଟ ନେଇଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର 2ଟି ୱିକେଟ ନେଇଥିବାବେଳେ କୁଳଦୀପ ଯାଦବ ଓ ରଭମାନ ପାୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

200 ରନ୍ ର ବିଜୟ ଲକ୍ଷ୍ୟ ନେି ପଡ଼ିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଦଳ 9 ୱିକେଟ ହରାଇ 142 ରନ କରିଥିଲା । ଡେଭିଡ ୱାର୍ଣ୍ଣର 65 ରନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+