ଆଇପିଏଲ 2021: ବିଜେତାଙ୍କ ଉପରେ ବର୍ଷିଲା ଟଙ୍କାର ବର୍ଷା; ଜାଣନ୍ତୁ, କିଏ ପାଇଲେ କେତେ ?

ଚେନ୍ନାଇ ସୁପର କିଙ୍ଗ୍ସ 2021 ସିଜିନ୍ ଟାଇଟଲ୍ ସହିତ ଶେଷ କରିସାରିଛି । ଆମେ ଏଠାରେ ଅନେକ ବ୍ୟକ୍ତିଗତ ପୁରସ୍କାର ବିଷୟରେ ଆଲୋଚନା କରିବା ।

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ 2021 ସିଜିନ୍ ଟାଇଟଲ୍ ସହିତ ଶେଷ କରିସାରିଛି । ଆମେ ଏଠାରେ ଅନେକ ବ୍ୟକ୍ତିଗତ ପୁରସ୍କାର ବିଷୟରେ ଆଲୋଚନା କରିବା । CSK ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଋତୁରାଜ ଗାଇକୱାଡ ଅରେଞ୍ଜ କ୍ୟାପ ବିଜେତା ରହିଥିବା ବେଳେ ହର୍ଷଲ ପଟେଲଙ୍କୁ ପର୍ପଲ କ୍ୟାପ ମିଳିଛି । ଏଥିପାଇଁ ଉଭୟଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ମିଳିଛି। ଏହା ବ୍ୟତୀତ ଋତୁରାଜ ଗାଇକୱାଡ ମଧ୍ୟ ଏମର୍ଜିଂ ପ୍ଲେୟାର ଅଫ ସିଜିନ ପୁରସ୍କାର ଗ୍ରହଣ କରିଛନ୍ତି ଏବଂ ହର୍ଷଲ ପଟେଲ ମଧ୍ୟ ଗେମ୍ ଚେଞ୍ଜର ଅଫ୍ ସିଜନ୍ ପୁରସ୍କାର ପାଇଛନ୍ତି, ଏହି କାରଣରୁ ତାଙ୍କୁ ପୁଣି 10 ଲକ୍ଷ ଟଙ୍କା ପୁରସ୍କାର ମିଳିଛି।

IPL 2021

କିଏ ପାଇଲା କେତେ ଟଙ୍କା ?

ଚେନ୍ନାଇ ସୁପର କିଙ୍ଗ୍ସ ସବୁଠୁ ବଡ ପୁରସ୍କାର ପାଇଛି । କାରଣ ସେମାନେ ବିଜେତା ଏବଂ ସେମାନେ ₹ 20 କୋଟି ଟଙ୍କା ପାଇଥିବାବେଳେ ରନର୍ ଅପ୍ ଦଳ କୋଲକାତା ନାଇଟ୍ ରାଇଡର୍ସ ସାଢେ 12 କୋଟି ପାଇଛନ୍ତି । ତୃତୀୟ ତଥା ଚତୁର୍ଥ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 8.75 କୋଟି ଟଙ୍କା ମିଳିଛି।

ପୁରଷ୍କାର ତାଲିକା ଓ ପୁରଷ୍କାର ରାଶି

  1. ଏମର୍ଜିଂ ପ୍ଲେୟାର ଅଫ ସିଜିନ ପୁରସ୍କାର - ରିତୁରାଜ ଗାଇକୱାଡ- 10 ଲକ୍ଷ
  2. ଆଇପିଏଲ୍ ଫେୟାର ପ୍ଲେ ପୁରସ୍କାର- ରାଜସ୍ଥାନ ରୟାଲ୍ସ -10 ଲକ୍ଷ
  3. ସୁପର ଷ୍ଟ୍ରାଇକର ସିଜନ୍ - ସିମ୍ରନ୍ ହିଟମାୟର୍ -10 ଲକ୍ଷ
  4. ସର୍ବାଧିକ ଛକା- କେଏଲ୍ ରାହୁଲ-10 ଲକ୍ଷ
  5. ପାୱାର୍ ପ୍ଲେୟାର ଅଫ୍ ସିଜନ୍ - ଭେଙ୍କଟେଶ ଆୟର୍ - 10 ଲକ୍ଷ
  6. ସିଜନର ପରଫେକ୍ଟ କ୍ୟାଚ୍- ରବି ବିଷ୍ଣୁ- 10 ଲକ୍ଷ
  7. ପର୍ପଲ କ୍ୟାପ୍ - ହର୍ଷଲ ପଟେଲ - 10 ଲକ୍ଷ
  8. କମଳା କ୍ୟାପ - ରିତୁରାଜ ଗାଇକୱାଡ- 10 ଲକ୍ଷ
  9. ବିଜେତା - ଚେନ୍ନାଇ ସୁପର କିଙ୍ଗ୍ସ 20 କୋଟି
  10. ରନର୍ ଅପ୍ - କୋଲକାତା ନାଇଟ୍ ରାଇଡର୍ସ 12.5 କୋଟି
  11. ଦିଲ୍ଲୀ କ୍ୟାପିଟାଲ୍ସ ତିନି ନମ୍ବର - 8.75 କୋଟି
  12. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର - ଚତୁର୍ଥ ନମ୍ବର-8.75 କୋଟି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+