ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଦଳରେ 3 ନୂଆ ଚେହେରା
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି ବିିସିସିଆଇ । ଏହି ଦଳରେ 3 ନୂତନ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।
Indian team announced for ODI series against England: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ ପରେ ଦୁଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଶୁକ୍ରବାର (19 ମାର୍ଚ୍ଚ) ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଏହି ଦଳରେ 3 ନୂତନ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।
ଦିନିକିଆ ଦଳରେ ଭାରତର ଟି-20 ବିଶେଷଜ୍ଞ କ୍ରୁନାଲ ପାଣ୍ଡ୍ୟାଙ୍କୁ ସ୍ଥାନିତ କରାଯାଇଛି। ସେ 2018 ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିଲେ। ପ୍ରାୟ 3 ବର୍ଷ ଅପେକ୍ଷା କରିବା ପରେ ସେ ନିଜର ଦିନିକିଆ ଡେବ୍ୟୁ କରିବାର ସୁଯୋଗ ପାଇବେ । କ୍ରୁନାଲଙ୍କ ସହ 30 ବର୍ଷୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏବଂ 25 ବର୍ଷୀୟ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ଚୟନ କରାଯାଇଛି।

ବିରାଟ କୋହଲିଙ୍କୁ ଦଳର ନେତୃତ୍ୱ ନେବେ । ଉପ-ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ନାମିତ କରାଯାଇଛି। ମାର୍ଚ୍ଚ 23 ରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ଏହି ସିରିଜର ତିନୋଟି ମ୍ୟାଚ୍ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ପୁଣେରେ ଖେଳାଯିବ। ଏହି ମ୍ୟାଚ୍ ଯଥାକ୍ରମେ 23, 26 ଏବଂ 28 ମାର୍ଚ୍ଚରେ ଖେଳାଯିବ । ଏହି ସମସ୍ତ ମ୍ୟାଚ୍ ଅପରାହ୍ନ 1 ଟା 30ରେ ଆରମ୍ଭ ହେବ ।
- ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଶୁଭମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, କେଏଲ୍ ରାହୁଲ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଟି ନାଟାରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମୀ, ପ୍ରସିଦ୍ଧ କୃଷ୍ଣା, ଶ୍ରାର୍ଦ୍ଦୁଲ ଠାକୁର ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications