2007 ଟି-20 ବିଶ୍ୱକପରେ ଆସୁଛି ଫିଲ୍ମ 'ହକ୍ ସେ ଇଣ୍ଡିଆ'

ଲଣ୍ଡନରେ ଅବସ୍ଥିତ ୱାନ୍ ୱାନ୍ ସିକ୍ସ ନେଟୱାର୍କ ଲିମିଟେଡ୍ ଏହାର ପ୍ରଥମ ପ୍ରୋଜେକ୍ଟ 'ହକ୍ ସେ ଇଣ୍ଡିଆ' ଫିଲ୍ମ ଘୋଷଣା କରିଛି। ଯାହା କି 2007 ଟି-20 ବିଶ୍ୱକପ ବିଜୟ ଉପରେ ଆଧାରିତ ହେବ ।

ନୂଆଦିଲ୍ଲୀ: 14 ବର୍ଷ ପୂର୍ବେ ଏହି ଦିନ (ସେପ୍ଟେମ୍ବର 24), ଭାରତୀୟ କ୍ରିକେଟ୍ ଦଳ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଆଇସିସି ଟି-20 ବିଶ୍ୱକପ ଜିତି ପ୍ରଥମ ଥର ପାଇଁ ଇତିହାସ ସୃଷ୍ଟି କରିଥିଲା । 1983 ପରେ ବିଶ୍ୱ ସ୍ତରରେ କ୍ରିକେଟ୍ ରେ ଏହା ଭାରତର ପ୍ରଥମ ବିଶ୍ୱକପ୍ ଥିଲା । ଏହା ଭାରତୀୟ କ୍ରିକେଟ୍ ଏବଂ ଧୋନିଙ୍କୁ ସବୁଦିନ ପାଇଁ ବଦଳାଇଲା ।

1983 ବିଶ୍ୱକପ ଉପରେ ତ କବୀର ଖାନଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ର ଆସୁଛି । ଏବେ ଲଣ୍ଡନରେ ଅବସ୍ଥିତ ୱାନ୍ ୱାନ୍ ସିକ୍ସ ନେଟୱାର୍କ ଲିମିଟେଡ୍ ଏହାର ପ୍ରଥମ ପ୍ରୋଜେକ୍ଟ 'ହକ୍ ସେ ଇଣ୍ଡିଆ' ଫିଲ୍ମ ଘୋଷଣା କରିଛି। ଯାହା କି 2007 ଟି-20 ବିଶ୍ୱକପ ବିଜୟ ଉପରେ ଆଧାରିତ ହେବ ।

2007 ICC T20 World Cup

2007 ର ବିଜୟ ଶୀଘ୍ର ବଡ ପରଦାରେ ଅଣାଯିବ । ଗ୍ଲୋବାଲ କ୍ରୀଡ଼ା କାର୍ଯ୍ୟନିର୍ବାହୀ ତଥା ମାନବ ବ୍ରାଣ୍ଡ ବିଶେଷଜ୍ଞ ଗୌରବ ବାହିରୱାନି, ଲଣ୍ଡନର ଷ୍ଟକବ୍ରୋକର ଜୟଦୀପ ପାଣ୍ଡ୍ୟା ଏବଂ ମୁମ୍ବାଇର ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ସ୍ୱାଗତା ଭଟ୍ଟାଚାର୍ଯ୍ୟ ଏକତ୍ରିତ ହୋଇ ଦର୍ଶକଙ୍କ ପାଇଁ ଏହି ଐତିହାସିକ ମୂହୁର୍ତ୍ତ ଫେରାଇ ଆଣିବେ । ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ଦଳ ବିଶ୍ୱାସ କରେ ଯେ, ଏହି ବିଜୟ ଭାରତର ଆଧୁନିକ କ୍ରିକେଟ୍ ରାଜା ରୂପେ ରୂପାନ୍ତରର ଆରମ୍ଭକୁ ଚିହ୍ନିତ କରିଛି । ବିଶ୍ୱ କ୍ରିକେଟ୍ ରେ ଭାରତର ରିଙ୍ଗ୍ ଆରମ୍ଭ ହୋଇଛି, ଯାହା ଏବେବି ଜାରି ରହିଛି ।

ଏହି ଫିଲ୍ମଟି ଏକ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ସଙ୍ଗୀତ ସଲିମ-ସୁଲେମାନ ପ୍ରଦାନ କରିଛନ୍ତି । ANI ଅନୁଯାୟୀ ତାଙ୍କର ପ୍ରଥମ ପ୍ରକଳ୍ପ ବିଷୟରେ ଗୌରବ ବାହିରୱାନି, ପ୍ରତିଷ୍ଠାତା ତଥା ସିଇଓ, ୱାନ୍ ୱାନ୍ ସିକ୍ସ ନେଟୱାର୍କ ଲିମିଟେଡ୍ ଉଲ୍ଲେଖ କରିଛନ୍ତି, "ଯଦି 1983 ଆମକୁ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ କରିଥିଲା, 2007 ବିଶ୍ୱ କ୍ରିକେଟ୍ ରେ ଆମର ପ୍ରାଧାନ୍ୟର ଆରମ୍ଭକୁ ଚିହ୍ନିତ କରିଥିଲା, ଏବଂ ଏହା ଏପର୍ଯ୍ୟନ୍ତ ଜାରି ରହିଛି । ଦର୍ଶକଙ୍କ ହୃଦୟ ଜିତିବ । "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+