ଆଜି ଶପଥ ନେବେ ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ
ବିଧାନସଭାର ଶୀତକାଳୀନ ଅଧିବେଶନ ଅବ୍ୟବହିତ ପୂର୍ବରୁ ନୂଆପଡ଼ାର ନବନିର୍ବାଚିତ ଭାଜପା ବିଧାୟକ ଜୟ ଢୋଲକିଆ ଗୁରୁବାର ଶପଥ ଗ୍ରହଣ କରିବେ। ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ନୂଆପଡ଼ାରେ ଫୁଟିଲା ପଦ୍ମ:
10 ବର୍ଷର ବ୍ୟବଧାନ ପରେ ପୁଣି ନୂଆପଡ଼ାରେ ଫୁଟିଲା ପଦ୍ମ । ବିଜେପିକୁ ବିଜୟର ସ୍ବାଦ ଚଖାଇଛନ୍ତି ଜୟ ଢୋଲକିଆ । ନୂଆପଡ଼ା ବିଜେଡିର ଗଡ଼ ଭାବେ ପରିଚିତ ଥିବା ବେଳେ ମୋଦି ଲହର ଆଗରେ କାମ ଦେଲାନି ବିଜେଡି ରଣନୀତି । କାମ ଦେଲାନି ନବୀନଙ୍କ ଡବଲ ରାଲି । ଗଡ ବଞ୍ଚାଇବାରେ ଫେଲ୍ ମାରିଲେ ବିଜେଡି ସୁପ୍ରିମୋ । ଚିତପଟାଙ୍ଗ ମାରିଲା କଂଗ୍ରେସ । 83748 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଓ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।
ବ୍ୟବସାୟୀରୁ ବିଧାୟକ:
ବ୍ୟବସାୟୀରୁ ବିଧାୟକ ହୋଇଛନ୍ତି, 32 ବର୍ଷୀୟ ଜୟ ଢୋଲକିଆ। ଜୟ ଢୋଲକିଆ ହେଉଛନ୍ତି ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର । ବାପା ରାଜେନ୍ଦ୍ର ଢୋଲକିଆ 4 ଥରର ବିଧାୟକ ଥିବାବେଳେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ ରାଜନୀତିଠୁ ଦୂରେଇ ରହି ବ୍ୟବସାୟ କରୁଥିଲେ ଜୟ । ବାପା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଥିଲେ ଜୟ ଢୋଲକିଆ । ଗତ ଅକ୍ଟୋବର 11ରେ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ବିଜେପି ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।
ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଭୋଟରେ ଜିତିଛନ୍ତି। ୨୯ ରାଉଣ୍ଡ ଗଣତି ପରେ ଜୟଙ୍କୁ ଏକ ଲକ୍ଷ ୨୩ ହଜାର ୮୪୯ ଭୋଟ୍ ମିଳିଛି। ଦ୍ଵିତୀୟରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ତାଙ୍କୁ ୪୦ ହଜାର ୧୨୧ ଭୋଟ୍ ମିଳିଛି। ତୃତୀୟରେ ଥିବା ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ୪୦୮ ଭୋଟ୍।
ଫଳାଫଳ ସହ ନୂଆପଡ଼ା ଉପନିର୍ବାଚନରେ ସବୁ ଆକଳନ ଭୁଲ ପ୍ରମାଣିତ ହୋଇଛି। କାରଣ ଖୋଦ୍ ବିଜେପି ମଧ୍ୟ ଆଶା କରି ନ ଥିଲା ଯେ, ତାଙ୍କ ଦଳ ଏମିତି ବିଜୟ ହାସଲ କରିବ। ଦଳ ୫୦ ହଜାର ଭୋଟରେ ଜିତିବ ବୋଲି ଦଳର ନେତା ପୂର୍ବରୁ କହିଥିଲେ। ହେଲେ ନୂଆପଡ଼ାବାସୀ ଜୟଙ୍କୁ ବମ୍ପର ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। ଆଉ ନବୀନ ମ୍ୟାଜିକ ମଳିନ ପଡ଼ୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆକୁ ନୂଆପଡ଼ା ଭୋଟର ତୃତୀୟ ସ୍ଥାନରେ ରଖିଛନ୍ତି। ତେବେ ୨୦୨୪ ନିର୍ବାଚନରେ ୫୧ ହଜାର ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଥିବା ଘାସିରାମ ମାଝୀ ଉପନିର୍ବାଚନରେ ନିଜର ସେତିକି ଭୋଟ୍ ବି ବଞ୍ଚାଇ ପାରି ନାହାନ୍ତି।
ଅନ୍ୟପଟେ ଜୟ ଢୋଲକିଆ ନିଜ ବାପା ରାଜେନ୍ଦ୍ର ଢୋଲକିଆ ୨୦୨୪ରେ ପାଇଥିବା ୬୧ ହଜାର ୮୨୨ ଭୋଟଠୁ ୫୦ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପାର୍ଟିରେ ମିଶାଇବାର ସୁଫଳ ଦଳକୁ ମିଳିଛି। ଅନୁକମ୍ପାମୂଳକ ଭୋଟ୍ ହାତେଇବା ସହ ୨୦୨୪ରେ ପାଇଥିବା ୪୪ ହଜାର ୮୧୪ ଖଣ୍ଡ ଭୋଟ୍ ପାଇ ଐତିହାସିକ ବିଜୟ ହାସଲ କରିଛି ବିଜେପି।
-
ରାଜ୍ୟରେ ବଢିବ ଗ୍ରୀଷ୍ମ ପ୍ରବାହ, ଜାରି ହେଲା ହିଟ୍ୱେଭ୍ SOP -
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଜନ୍ମ ନେଲା ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ -
କାଲିଠୁ ମାଟ୍ରିକ୍ ଖାତାଦେଖା -
ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ -
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହୋହଲ୍ଲା , ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି -
ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ,ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି ; କହିଲେ ଭକ୍ତ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ହୋହଲ୍ଲା -
ଏସସିବି ପ୍ରସଙ୍ଗ, ଆଜି ମଧ୍ୟ ଗୃହରେ ହୋହଲ୍ଲା କରିପାରନ୍ତି ବିରୋଧୀ -
ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଥିବା ୫୯ ଜଣ ସଦସ୍ୟଙ୍କୁ ଆଜି ପ୍ରଦାନ କରାଗଲା ବିଦାୟ ସମ୍ବର୍ଦ୍ଧନା












Click it and Unblock the Notifications