ବଦଳିବ ପଲ୍ୟୁସନ୍ ସାର୍ଟିଫିକେଟ୍ ନିୟମ, ନୂଆ BS6 ଗାଡ଼ି ପାଇଁ ୩ ବର୍ଷ ରହିପାରେ PUCC ଭ୍ୟାଲିଡିଟି

ବର୍ତ୍ତମାନ କେନ୍ଦ୍ର ସରକାରBS6ଇଞ୍ଜିନ୍ ଥିବା ଗାଡ଼ିଗୁଡ଼ିକ ପାଇଁ 'ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍' ର ବୈଧତା ୧ ବର୍ଷରୁ ବୃଦ୍ଧି କରି୩ ବର୍ଷକରିବା ନେଇ ବିଚାର କରୁଛନ୍ତି। ୧ ଏପ୍ରିଲ୍ ୨୦୨୦ ପରେ କିଣାଯାଇଥିବା ଯାନବାହାନ ପାଇଁ ଏହି ନିୟମ ଲାଗୁ ହେବ, କିନ୍ତୁ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ନିୟମ ଆହୁରି କଡ଼ାକଡ଼ି କରାଯିବ।

Pollution

୧. ପିୟୁସିସି (PUCC)ନଥିଲେ କ'ଣ ହେବ ଆର୍ଥିକ କ୍ଷତି?

ମାତ୍ର କିଛି ଟଙ୍କାର ଏହି ସାର୍ଟିଫିକେଟ୍ ନଥିଲେ ବା ଏହାର ଅବଧି ସରିଯାଇଥିଲେ ଆପଣଙ୍କୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏହି ସର୍ଟିଫିକେଟ ନଥିଲେ ପ୍ରଥମ ଥର ପାଇଁ ୧,୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିପାରେ। ସେହିପରିବାରମ୍ବାର ଭୁଲ୍ କଲେପ୍ରତିଥର ଅତିରିକ୍ତ ୨,୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବା ସହିତ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପର୍ଯ୍ୟନ୍ତ ବାତିଲ ମଧ୍ୟ କରାଯାଇପାରେ।

୨. ନୂଆ ପ୍ରସ୍ତାବିତ ନିୟମ (PUCC 3.0)କ'ଣ?

ନୂଆ ବ୍ୟବସ୍ଥା ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ମାନକ ଏବଂ ବୟସ ଅନୁଯାୟୀ ପିୟୁସିସିର ବୈଧତା ସ୍ଥିର କରାଯିବ। ପୁରୁଣା ଗାଡ଼ିଗୁଡ଼ିକୁ ଏବେ ଅଧିକ ଥର ପଲ୍ୟୁସନ ଚେକ୍ କରିବାକୁ ପଡ଼ିବ:

/କେନ୍ଦ୍ର ସରକାର ୨୦୨୦ ରେ BS-V କୁ ବାଦ୍ ଦେଇ ସିଧାସଳଖ BS-VI ଲାଗୁ କରିଥିଲେ, କାରଣ ଏହି ଗାଡ଼ିଗୁଡ଼ିକ ପରିବେଶ ପାଇଁ ବହୁତ ସୁରକ୍ଷିତ। ପୁରୁଣା BS-IV ଗାଡ଼ି ତୁଳନାରେ ଏଗୁଡ଼ିକ୮୨% କମ୍ ପାର୍ଟିକ୍ୟୁଲେଟ୍ ମ୍ୟାଟର୍ଏବଂ୨୫% କମ୍ ନାଇଟ୍ରୋଜେନ୍ ଅକ୍ସାଇଡ୍ନିର୍ଗତ କରିଥାଏ। ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ପରିବେଶ ଅନୁକୂଳ ଇଞ୍ଜିନ୍ ଯୋଗୁଁ ନୂଆ ଗାଡ଼ିଗୁଡ଼ିକୁ ବାରମ୍ବାର ପଲ୍ୟୁସନ ଚେକ୍ କରିବାରୁ କୋହଳ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+