ତ୍ରୁଟି ଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ବ : ସବୁ ବିଭାଗକୁ ନିଜ କାର୍ଯ୍ୟ ସମ୍ପନ୍ନ କରିବାକୁ ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲ୍‌ରେ ଅନୁଷ୍ଠିତ ହୋଇଛି । ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱେରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ବୈଠକରେ ସୂଚନା ଦେଇ କହିଥିଲେ ଏବର୍ଷ ଅଧିକ ଚାରମାଳ ସେଟ୍ ପାଇଁ ତାଳ ଗଛ କାଠ ପହଞ୍ଚି ସାରିଛି। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି ।ରଥ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ରଥ ନିର୍ମାଣ କମିଟି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ କରାଯାଇଛି। ରଥ ଟଣା ଓ ପହଣ୍ଡି କୁ ଶୃଙ୍ଖଳିତ କରିବା ପାଇଁ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି।

Rath Yatra

ସେହିପରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତବର୍ଷ ଅନେକ ପଦକ୍ଷେପ ନିଆଯାଇଛି। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ। ସହରର ବିଭିନ୍ନ ସ୍ଥାନରେ ୩୦ଟି ଆଶୁ ଆରୋଗ୍ୟ କେନ୍ଦ୍ର ହେବ। ସେହିପରି ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ। ୨୩୦ ଡାକ୍ତରଙ୍କ ସହ ସ୍ପେସିଆଲିଷ୍ଟ ଡାକ୍ତର ଆସିବେ। ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ପୁରୀ ମହାନଗର ନିଗମ ପକ୍ଷରୁ ସହରର ସମସ୍ତ ନାଳ ଦୁଇ ଥର ସଫା କରାଯାଇଛି। ରେଡକ୍ରସ ରୋଡ ମୁଖ୍ୟ ଡ୍ରେନ ଓ ଗଙ୍ଗା ଯମୁନା ଡ୍ରେନ ସଫେଇ କରାଯାଇଛି। ବର୍ଷା ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ପମ୍ପ ରଖାଯିବ। ଦେବସ୍ନାନ ପୂର୍ଣ୍ଣମୀରେ ୩୦୦ ଅସ୍ଥାୟୀ ଶୌଚାଳୟକୁ ମିଶାଇ ସହରରେ ମୋଟ ୧୬୦୦ ଟି ଅସ୍ଥାୟୀ ଶୌଚାଳୟ ହେବ। ୨୩ ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ। ରଥଯାତ୍ରାରେ ସ୍ବଚ୍ଛତାକୁ ବିଶେଷ ଗୁରୁତ୍ଵ ଦେଇଛି ପ୍ରଶାସନ।

ରଥଯାତ୍ରା ସୁପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଥିଲେ ସମଗ୍ର ସହର ସିସିଟିଭି ନଜରରେ ରହିବ। ବିଭିନ୍ନ ସ୍ଥାନରେ ୧୭୦ ସିସିଟିଭି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷମ ହୋଇଛି। ମୋଟ ୪୭୫ ଟି ସିସିଟିଭି କ୍ୟାମେରା ଲାଗିବ। ଜନଗହଳି ନିୟନ୍ତ୍ରଣ ପାଇଁ ୨୮ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ୍ ରହିବ। ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ କରିଡ଼ର କରାଯିବ। ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ଵତନ୍ତ୍ର ଟାକ୍ଟିକାଲ ୟୁନିଟ ମୁତୟନ ରହିବ।ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ୍ କାର୍ଯ୍ୟକାରୀ ହେବ। ରଥଯାତ୍ରା ସମୟରେ ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖାଯାଇ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ରଥ ଟଣା, ଦର୍ଶନ ପାଇଁ ଆଇପିଏସ ଅଧିକାରୀ ଦାୟିତ୍ୱରେ ରହିବେ। ୧୫ ଲକ୍ଷ ଯାତ୍ରୀଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ୧୩୦ଟି ସ୍ଵତନ୍ତ୍ର ବସ୍ ଚଳାଚଳ କରିବ। ତେବେ ରେଳ ବିଭାଗ ପକ୍ଷରୁ ୩୭୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ରଥଯାତ୍ରା ସମୟରେ ରେଗୁଲାର ଓ ସ୍ଵତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ। ୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି। ୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର, ୧୨ ଟି ଏଟିଭିଏମ କାର୍ଯ୍ୟ କରିବ। ୮୦୦ ଆରପିଏଫଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+