ଆସନ୍ତା ୧୨ରେ ପିପିଲି ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ
ଆସନ୍ତା ସୋମବାର ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ପିପିଲି ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ଆସନ୍ତା ସୋମବାର ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଲିରେ ନିର୍ବାଚନୀ ପ୍ରଚାର କରିବେ । ୬ ଜିଲ୍ଲା ପରିଷଦ, ଗୋଟିଏ ଏନଏସିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ନେଇ ଗତକାଲି ସୂଚନା ଦେଇଥିଲେ ବିଜେଡି ବିଧାୟକ ଦେବୀ ମିଶ୍ର । ସେ କହିଥିଲେ , ଆମ ଟ୍ରମ୍ପ କାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେବେ ଆସିବେ ଭୋଟ ଆହୁରି ବଢ଼ିବ। ଦୁଇ ତିନି ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାରିଖ ସ୍ଥିର ହେବ।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମେ ୨ ରେ ଫଳାଫଳ ଘୋଷଣା ହେବ । ତେଣୁ ରାଜ୍ୟରାଜନୀତିର ଏଇ ହାଇଭୋଲଟେଜ ଲଢ଼େଇରେ କାହା ମୁଣ୍ଡରେ ସୁନା କଳସ ଧାଳୁଛନ୍ତି ପିପିଲିବାସୀ, ଦେଖିବାକୁ ବାକି ରହିଲା ।












Click it and Unblock the Notifications