ରତ-ୟୁରୋପ ସମ୍ପର୍କରେ ସୁବର୍ଣ୍ଣ ଯୁଗ; ଟାଟା-ASLM ମଧ୍ୟରେ ବଡ଼ ଚୁକ୍ତି

ଭାରତ ଏବଂ ନେଦରଲାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଆଉପାଦେ ଆଗକୁ ନେବାକୁ ଅଗ୍ରସର ହୋଇଛନ୍ତି । ନେଦରଲାଣ୍ଡ ଗସ୍ତ ଅବସରରେ ହେଗ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଡଚ୍ ପ୍ରତିପକ୍ଷ ରବ୍ ଜେଟେନ ବ୍ୟାପକ ଆଲୋଚନା କରିଛନ୍ତି । ଉଭୟ ନେତାଙ୍କ ଉପସ୍ଥିତିରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନି ଏଏସ୍ଏମ୍ଏଲ୍ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଛି । ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ଆଗାମୀ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା ଓ ସମ୍ପ୍ରସାରଣରେ ଏଏସ୍ଏମ୍ଏଲ ସହଯୋଗ କରିବ । ଏହାଦ୍ୱାରା ଭାରତର ଏଆଇ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରକୁ ଲାଭ ମିଳିବ ବୋଲି ଆଶା କରାଯାଉଛି ।

Russia-Europe

ଦେଶର ସେମିକଣ୍ଡକ୍ଟର ଦୃଢ଼ୀକରଣ ଯାତ୍ରା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ମୋଦି । ସେ କହିଛନ୍ତି, ୨୦୨୬ ଭାରତ-ୟୁରୋପ ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ସୁବର୍ଣ୍ଣ ଯୁଗ ଆରମ୍ଭ କରିଛି । ଚଳିତ ବର୍ଷ ଭାରତୟୁରୋପୀୟ ୟୁନିୟନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଶ୍ୱର ୨ ବୃହତ ଗଣତନ୍ତ୍ର ମଧ୍ୟରେ ହୋଇଥିବା ଚୁକ୍ତି ଦ୍ୱାରା ମିଳିତ ଭାବେ ସମୃଦ୍ଧିର ମୂଳଭିତ୍ତି ସ୍ଥାପନ ହୋଇପାରିବ । ଡଚ୍ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ନବସୃଜନ ଏବଂ ମାନବସମ୍ବଳ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗରେ ଫୋକସ କରାଯାଇଛି । ଅନ୍ୟପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଟାଟା ଇଲେକଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ସହଭାଗିତାକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଏହା ଜରିଆରେ ଫ୍ରଣ୍ଟ ଏଣ୍ଡ୍ ସେମିକଣ୍ଡକ୍ଟର ଫ୍ୟାବ୍ ୟୁନିଟ ସ୍ଥାପନ ହେବ । ନେଦରଲାଣ୍ଡରେ ରହିଛି ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଇକୋସିଷ୍ଟମ । ଡଚ୍ ବହୁ ରାଷ୍ଟ୍ରୀୟ କମ୍ପାନି ଏଏସ୍ଏମ୍ଏଲ୍ ଲିଥୋଗ୍ରାଫି ଯନ୍ତ୍ରାଂଶ ଯୋଗାଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ସେମିକଣ୍ଡକ୍ଟର ଚିପ୍ ନିର୍ମାଣ କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର ହୋଇଥାଏ । ଆଗକୁ ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏଏସ୍ଏମ୍ଏଲ୍ର ଯନ୍ତ୍ରାଂଶ ବ୍ୟବହାର ହେବ । ଏହା କାର୍ଯ୍ୟାନ୍ୱୟନ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡଚ୍ ସିଇଓ ରାଉଣ୍ଡଟେବୁଲରେ କହିଛନ୍ତି ମୋଦି ।

ଗ୍ରୀନ ହାଇଡ୍ରୋଜେନ ଠାରୁ ଆରମ୍ଭ କରି ଟେକ୍ନୋଲୋଜି ଭଳି କ୍ଷେତ୍ର ଏହା ମଧ୍ୟରେ ସାମିଲ ରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁତାବକ, ପ୍ରତିରକ୍ଷା, ନିରାପତ୍ତା, ନବସୃଜନ, ଗ୍ରୀନ ହାଇଡ୍ରୋଜେନ, ସେମିକଣ୍ଡକ୍ଟର ଏବଂ ଜଳ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି । ୟୁରୋପରେ ନେଦରଲାଣ୍ଡ ଭାରତର ଅନ୍ୟତମ ବାଣିଜ୍ୟ ସହଯୋଗୀ । ଉଭୟ ଦେଶ ମଧ୍ୟରେ ୨୦୨୪- ୨୫ରେ ୨୭.୮ ବିଲିୟନ ଡଲାରର ଦ୍ୱିପାକ୍ଷିକ କାରବାର ହୋଇଥିଲା । ଭାରତ ସେଠାରେ ୪ର୍ଥ ବୃହତ ନିବେଶକ । ଭାରତ ୫୫.୬ ବିଲିୟନ ଡଲାର ନିବେଶ କରିଛି । ସେହିଭଳି ନୂଆ ଟେକ୍ନୋଲୋଜି, ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମିଳିତ ହୋଇ କାମ କରିବେ । ଶିଳ୍ପ, ଗବେଷଣା ପ୍ରତିଷ୍ଠାନ ଏବଂ ସରକାରୀ ସ୍ତରରେ ମଧ୍ୟ ସହଭାଗିତାକୁ ଦୃଢ଼ କରାଯିବ । ଉଭୟ ଦେଶ ଏଆଇ, ଫୋଟୋନିକ୍ସ, କ୍ୱାଣ୍ଟମ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ସହ ଟେକ୍ନୋଲୋଜି ଭାଲ୍ୟୁଚେନ ଦୃଢ଼ୀକରଣ ଦିଗରେ ମଧ୍ୟ ମିଳିତ ହୋଇ କାମ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+