ଗୁଜରାଟରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର
ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ୨୦ ହଜାର ଟନ୍ ରନ୍ଧନ ଗ୍ୟାସ୍ ବୋଝେଇ ହୋଇଥିବା ଏଲପିଜି ଟ୍ୟାଙ୍କର 'ସାଇମି' ରବିବାର ଗୁଜରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଥିବା ଜଣାପଡିଛି। ଉକ୍ତ ଟ୍ୟାଙ୍କରଟି ଚଳିତମାସ ୧୩ରେ ବିବାଦୀୟ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଥିଲା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମେ ଇରାନ ଓ ପରବର୍ତ୍ତୀ ସମୟରେ ଆମେରିକା ହର୍ମୁଜ ପ୍ରଣାଳୀକୁ ଅବରୋଧ କରିବା ଫଳରେ ବିଶ୍ବରେ ତୈଳ ଓ ଗ୍ୟାସ ସଙ୍କଟ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଥିଲା। ଏହି ପରିପ୍ରେକ୍ଷୀରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ବିଦେଶୀ ଟ୍ୟାଙ୍କରଗୁଡିକ ପାଇଁ କଷ୍ଟକର ହୋଇପଡିଛି। ଅବଶ୍ୟ ଭାରତ ଭଳି କେତେକ ବନ୍ଧୁ ରାଷ୍ଟ୍ରର ଟ୍ୟାଙ୍କରଗୁଡିକୁ ହର୍ମୁଜ ଅତିକ୍ରମ କରିବାକୁ ଇରାନ ପୂର୍ବରୁ ଅନୁମତି ଦେଇଛି।













Click it and Unblock the Notifications