ଆଜିଠୁ ଆହୁରି ଜଳିବ, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
ପାରଦ ୪୦ ଅତିକ୍ରମ କରିବା ସହ ଗରମ କ୍ରମାଗତ ବୃଦ୍ଧି ପାଇବ । ବଢ଼ିବ ତାପମାତ୍ରା। ନିର୍ଘାତ ଖରା ଛଟପଟ କରିବ । ତାତିର ଜ୍ୱାଳା ଅସହ୍ୟ ହେବ।
ଭୁବନେଶ୍ୱର: ଆଜିଠୁ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ପାରଦ ୪୦ ଅତିକ୍ରମ କରିବା ସହ ଗରମ କ୍ରମାଗତ ବୃଦ୍ଧି ପାଇବ । ବଢ଼ିବ ତାପମାତ୍ରା। ନିର୍ଘାତ ଖରା ଛଟପଟ କରିବ । ତାତିର ଜ୍ୱାଳା ଅସହ୍ୟ ହେବ।
ଟିଟିଲାଗଡ଼, ଅନୁଗୁଳ ଓ ମାଲକାନଗିରି ଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ତାତି ଏପରି ଲାଗି ରହିବ । ଏହି ସମୟରେ ତାପମାତ୍ରା ୪୦ରୁ ୪୨ ଡିଗ୍ରି ମଧ୍ୟରେ ରହିବ । ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ଶ୍ରୀ ପଶୁପାଳକ କହିଛନ୍ତି, ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଓ ଦକ୍ଷିଣ ଉପକୂଳ ସଂଲଗ୍ନ ଜିଲ୍ଲାରେ ୮ରୁ ୧୦ ତାରିଖ ଯାଏ ତାପମାତ୍ରା କମ୍ ରହିବ । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭ରୁ ୩୮ଡିଗ୍ରୀ ରହିବ । ଏଠାରେ ୧୧ରୁ ୧୪ ତାରିଖ ଯାଏ ତାତି ବଢିବ । ଏହି ସମୟ ଭିତରେ ତାପମାତ୍ରା ପାଖାପାଖି ୪୦ଡିଗ୍ରୀ ରହିବ । ୧୫ ତାରିଖରେ ପୁଣି ବଢି ୪୦ଡିଗ୍ରୀ ଟପିବ । ତେବେ ସାମୁଦ୍ରିକ ପବନର ଅସ୍ଥିରତା ଯୋଗୁ ତାତି ବଢିବା ହାର କ୍ୱଚିତ୍ ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।
ସେପଟେ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ(ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ) ସୋମବାରଠାରୁ ତାତି କ୍ରମଶଃ ବଢିବ । ସୋମବାର ଓ ମଙ୍ଗଳବାର ଭିତରେ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାର କିଛି ସ୍ଥାନ(ଟିଟିଲାଗଡ, ଅନୁଗୁଳ ଓ ମାଲକାନଗିରି)ରେ ସର୍ବାଧିକ ୪ ଡିଗ୍ରୀ ଅତିକ୍ରମ କରିବ ।












Click it and Unblock the Notifications