Get Updates
Get notified of breaking news, exclusive insights, and must-see stories!

ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ମନ ମହୁଛି ସଂପର୍କ ସଙ୍ଗଠନ ତରଫରୁ ପ୍ରସ୍ତୁତ ଚିଲିକା ମଇଁଷି କ୍ଷୀରରେ ବିଭିନ୍ନ ଦ୍ରବ୍ୟ

ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ମନ ମହୁଛି ସଂପର୍କ ସଙ୍ଗଠନ ତରଫରୁ ପ୍ରସ୍ତୁତ ଚିଲିକା ମଇଁଷି କ୍ଷୀରରେ ବିଭିନ୍ନ ଦ୍ରବ୍ୟ । ସଂପର୍କ ସଙ୍ଗଠନ ତରଫରୁ ହେଉଥିବା ଚିଲିକା ମଇଁଷି କ୍ଷୀରରେ ପ୍ରସ୍ତୁତ ହେଇ ଦ୍ରବ୍ୟରେ ପ୍ରସ୍ତୁତ ଦହି, ଘିଅ, ଲସି, ଖୁଆ, ପନିର, ପୋଡ ଆଦିର ଚାହିଦା ଦେଖିବାକୁ ମିଳୁଛି। ଶରୀର ଉପକାରୀ ଏହି ଦ୍ରବ୍ୟ ଖାଇବକୁ ଲୋକେ ଭିଡ ଜମାଉଛନ୍ତି।

ସଂପର୍କ ସଙ୍ଗଠନର ସମ୍ପାଦକ ସୌମେନ୍ଦ୍ର ଦାସ କହିଛନ୍ତି ଯେ, ଏହି ମଇଁଷି ଦହିରେ ଅନେକ ବିଶେଷ ଗୁଣ ଅଛି। GI tag ପାଈଁ ଦାବି ମଧ୍ୟ ହୋଇଛି। ତେବେ ଏହାକୁ ଅଧିକ ରୁ ଅଧିକ ପ୍ରୋତ୍ସାହିତ କଲେ ଏହି ଚାଷ କରି ଯୁବକ ମାନେ ଭଲ ବ୍ୟବସାୟ କରିପାରିବେ।

ଏହି କ୍ଷୀରରେ ଓମେଗା-3 ଫ୍ୟାଟି ଏସିଡ, ଭିଟାମିନ , ସ୍ନେହସାର ପ୍ରଚୁର ପରିମାଣରେ ଅଛି । ସେହି କ୍ଷୀରରେ ଆଉ ୩ଟି ଅତି ଉପକାରୀ ଉପାଦାନ ସହ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଅତ୍ୟଧିକ କ୍ଷମତା ରଖେ । ଏହି କ୍ଷୀର ସ୍ଥାନୀୟ ଅଞ୍ଚଳର ଜୀବନ ଯାପନ ପାଇଁ ଏକ ବୃତିରୂପେ ପରମ୍ପରା ସ୍ଥାପନ କରିଛି ।

sampark saumendra das

ଚିଲିକା ମଇଁଷି କ୍ଷୀର ମହୌଷଧି: ରହିଛି ଅନେକ ମାରାତ୍ମକ ରୋଗରୁ ରକ୍ଷା କରିବାର ଔଷଧ ଉପାଦାନ ।ରିପୋର୍ଟ ଅନୁସାରେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର ଓ ବିରଳ । ଏମାନଙ୍କ କ୍ଷୀରରେ ରହିଛି ବହୁ ରୋଗ ପ୍ରତିରୋଧୀ ବ୍ୟାକ୍ଟେରିଆ । କ୍ୟାନସର ସହ ସଂକ୍ରମଣ ବିରୋଧୀ ବହୁ ଉପାଦେୟ ଉପାଦନ ବି ଭରି ରହିଛି । ଏହି ତଥ୍ୟ ଦେଇଛନ୍ତି, ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ । ସେପଟେ ଏହି ସୂଚନା ମିଳିବା ପରେ ଏବେ ଚିଲିକା ମଇଁଷିକୁ ନେଇ ଚର୍ଚ୍ଚା । ଏହାସହ ମଇଁଷି ପାଳକଙ୍କ ମନରେ ଜାଗ୍ରତ ହୋଇଛି ନୂଆ ଆଶା । ଖାଲି ଏତିକି ନୁହେଁ ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ମଇଁଷୀ ବଂଶ ବୃଦ୍ଧି ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ମଇଁଷି ପାଳକ । ବୈଜ୍ଞାନିକ ଚିଲିକା ମଇଁଷୀଙ୍କ ଉପରେ ୭ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ଆସୁଛନ୍ତି । ତାଙ୍କ କହିବା ଅନୁସାରେ, ଦେଶରେ ମୋଟ ୧୯ ପ୍ରଜାତିର ମଇଁଷି ରହିଛନ୍ତି । ହେଲେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର । ଏମାନଙ୍କ କ୍ଷୀରରେ ମେଟାବୋଲାଇଟ୍ସ ଏବଂ ଅନ୍ୟାନ୍ୟ ଉପକାରୀ ବ୍ୟାକ୍ଟେରିଆ ଭରି ରହିଛି । ଯାହାକି ମାନବ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ । ଚିଲିକା ଭିତରେ ଥିବା ଦଳ ଓ ଘାସ ଖାଉଥିବାରୁ ସେମାନଙ୍କ କ୍ଷୀରରେ ଏଭଳି ଅଦ୍ଭୁତ ଉପାଦାନ ମିଳିଥାଏ ।

ଚିଲିକାର ପ୍ରାକୃତିକ ପରିବେଶରେ ଦେଖା ଯାଆନ୍ତି , ଚିଲିକା ମଇଁଷି ନାମକ ଏକ ସ୍ଵତନ୍ତ୍ର ପ୍ରଜାତିର ଦେଶୀୟ ମଇଁଷି । ଏହି ଦେଶୀୟ ପ୍ରଜାତି ଚିଲିକା ହ୍ରଦ ଚାରିପାଖର ଲୁଣିଆ ଏବଂ ମଧୁର ଜଳାଭୂମି ଉଭୟ ସହିତ ଖାପ ଖୁଆଇ ବଢିଥାଆନ୍ତି। ପ୍ରତିଦିନ, ସେମାନେ ଜଳଜ ଉଦ୍ଭିଦ ଖୋଜିବା ପାଇଁ ହ୍ରଦ ଦେଇ ଚାଲିଯାଆନ୍ତି ।

ମଇଁଷିମାନେ ରାତିରେ ଚିଲିକା ଭିତରକୁ ଚରିବା ପାଇଁ ଯାଆନ୍ତି, ଏବଂ ତା'ପର ଦିନ ସକାଳେ ଫେରି ଆସନ୍ତି । ଆଉ ସକାଳୁ ମଧୁର ପାଣି ପିଇ ସାରିବା ପରେ ନିଜ ଛୁଆକୁ କ୍ଷୀର ଦିଅନ୍ତି। ଏତିକି ବେଳେ ମଇଁଷି ପାଳକ କ୍ଷୀର ଦୁହିଁଥାଏ।

ଏହି ପ୍ରାକୃତିକ ଦିନଚର୍ଯ୍ୟା ଦର୍ଶାଏ ଯେ ସେମାନେ କେତେ ଭଲ ଭାବରେ ପ୍ରକୃତି ସହ ଖାପ ଖୁଆଇପାରନ୍ତି । ଚିଲିକା ମଇଁଷି କେବଳ ପଶୁପାଳନ ନୁହେଁ; ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଚିଲିକା ମଇଁଷି କ୍ଷୀର ଅନ୍ୟ ତୁଳନାରେ ଯଥେଷ୍ଟ ସ୍ଵାଦିଷ୍ଟ ଏବଂ ରୋଗ ପ୍ରତିରୋଧକାରୀ ଶକ୍ତିରେ ଭରପୂର ।

ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ୍ ଦ୍ୱାରା କରାଯାଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନ ଚିଲିକା ମଇଁଷି କ୍ଷୀର ଏବଂ ଦହିର ଉଲ୍ଲେଖନୀୟ ଗୁଣଗୁଡ଼ିକୁ ଆଲୋକିତ କରେ। ଗବେଷଣାରୁ ଜଣାପଡିଛି ଯେ ଚିଲିକା ମଇଁଷି କ୍ଷୀରରୁ ତିଆରି ଦହି ଘର ତାପମାତ୍ରାରେ ୬ ଦିନ ପର୍ଯ୍ୟନ୍ତ ସତେଜ ଏବଂ ବ୍ୟବହାର ଯୋଗ୍ୟ ରହିଥାଏ ।

ଚିଲିକା ଦହି ତିଆରି କରିବାର ଉପାୟ ଅନନ୍ୟ।"

ଚାଲନ୍ତୁ ଜାଣିବା
ଅତ୍ୟନ୍ତ ଭାବ ବିହ୍ଵଳ କଥା । ମାଆ ମଇଁଷି ଟି ଚରିବାକୁ ଯାଇଥାଏ ସୁଦୂର ଚିଲିକା ଗର୍ଭକୁ । ସକାଳୁ ସୂରଜ ଉଇଁଲେ ଶହ ଶହ ମାଆ ମଇଁଷି ଧାଡି ଧାଡି ହୋଇ ଆସନ୍ତି ନିଜ ନିଜ ଛୁଆ ବାଛୁରି ଙ୍କ ପାଖକୁ । ଅପୂର୍ବ ମିଳନ । ଏହି ଅପୂର୍ବ କ୍ଷଣକୁ ମଇଁଷି ପାଳକ ଗୌଡ ଭାଇଟି ଅପେକ୍ଷା କରିଥାଏ । ମାଆ ମଇଁଷିଟି ତା ଛୁଆ କୁ କ୍ଷୀର ଦେବା ସମୟରେ କ୍ଷୀର ମୁନ୍ଦାଏ ଦୁହିଁବ।ଜୀବନ ଜୀବିକା କଥା। କ୍ଷୀର ଦୁହିଁ ପରିସ୍କାର ହାତରେ କ୍ଷୀର ଆଣି ଅତି ଯତ୍ନ ର ସହିତ ଗଉଡୁଣୀ ମାଆକୁ ଦେବ । ନିତି ଦିନିଆ କୌଳିକ କଥା । କାହିଁ କେତେ କାଳରୁ ଏ ପରମ୍ପରା । କାଠ ଚୂଲିରେ ମାଟି ହାଣ୍ଡି ବସି ଗରମ ହୋଇ ସୋଧ ହୋଇଥିବ । କ୍ଷୀର ଛଣା ହେବ ସିଧା ସେହି ହାଣ୍ଡି କୁ । ହିସାବ ତିନି ଫୁଟଣ । ଫୁଟି ଫୁଟି ଉତୁରି ଆସିବାକୁ କୁହନ୍ତି ଫୁଟଣ। ସଢେଇ ଡଙ୍କାରେ ଆଉଟି ଆଉଟି ତିନି ଫୁଟଣ ପରେ ଚୂଲି ଜାଳକୁ କମେଇ ଦିଆଯାଏ । କମ ଆଞ୍ଚ ରେ କ୍ଷୀରକୁ ଆଉଟି ଆଉଟି ଶିତଳ କରି ଗଉଡୁଣୀ ମାଆଟି ଅପେକ୍ଷା କରିଥାଏ ନଖ ଉଷୁମ ଶୀତଳତା କୁ । ସେପଟେ ବାଉଁଶ ପାଛିଆ ରେ ଦହି ବସିବ । ଦହୀମଣ୍ଡ ଲେପ ଦେଇ ଖରାରେ ଶୁଖିଥିବା ପାଛିଆରେ ସାମାନ୍ୟ ମହୀ ଦେଇ ଏଇ ନଖ ଉଷୁମ କ୍ଷୀରକୁ ବାଉଁଶ ପାଛିଆରେ ଢାଳି ଦିଅନ୍ତି । ଆଠ ଦଶ ଘଣ୍ଟା ପରେ ବାଉଁଶିଆ ଦହି ପ୍ରସ୍ତୁତ । ପ୍ରକୃତିର ଅବଦାନରେ ପ୍ରସ୍ତୁତ ଏହି ଦହି ଶ୍ରୀ ଜଗନ୍ନାଥ ଙ୍କ କିମ୍ବଦନ୍ତୀରେ ମାଣିକପାଟଣା ଦହି ଭାବେ ପ୍ରସିଦ୍ଧ।

ଚିଲିକା ମଇଁଷିଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହି ଅଞ୍ଚଳର ଜୀବିକା ଏବଂ ସାଂସ୍କୃତିକ ପରିବେଶ ବିପଦରେ ପଡ଼ିଛି। କୃତିମ ଚିଙ୍ଗୁଡ଼ି ଚାଷର ପ୍ରସାର, ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାସସ୍ଥାନର ଯଥେଷ୍ଟ ଅଭାବ ହେଉଛି। ଜାତୀୟ ପ୍ରାଣୀ ଜେନେଟିକ୍ ରିସୋର୍ସେସ୍ ବ୍ୟୁରୋର 2022 ପ୍ରଜାତି ନିରୀକ୍ଷଣ ତାଲିକା ଅନୁଯାୟୀ, ଚିଲିକା ମଇଁଷିକୁ ବର୍ତ୍ତମାନ ଦୁର୍ବଳ ଶ୍ରେଣୀଭୁକ୍ତ କରାଯାଇଛି।

"ଏହି ପ୍ରଜାତିକୁ ସୁରକ୍ଷା ଦେବା ପାଇଁ ସଂରକ୍ଷଣ ପାଇଁ ପ୍ରୟାସ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ଓଡ଼ିଶାର ସାଂସ୍କୃତିକ ଏବଂ ପରିବେଶଗତ ଗଠନ ସହିତ ଗଭୀର ଭାବରେ ଜଡିତ, ଭବିଷ୍ୟତ ପିଢ଼ି ପାଇଁ ଏହା ଉପରେ ନିର୍ଭର କରି ବଞ୍ଚିବା ନିଶ୍ଚିତ କଷ୍ଟକର। ଚିଲିକା ମଇଁଷି କେବଳ ଏକ ପ୍ରଜାତି ନୁହେଁ; ଏହା ମଣିଷ, ପ୍ରାଣୀ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟର ଏକ ଜୀବନ୍ତ ଉଦାହରଣ । ଚିଲିକାର ପରିବେଶଗତ ସନ୍ତୁଳନ ବଜାୟ ରଖିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଜାୟ ରଖିବା ପାଇଁ ଏହି ଅନନ୍ୟ ପ୍ରଜାତିକୁ ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+