UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ : କଳା, ବାଣିଜ୍ୟ, ବିଜ୍ଞାନରେ ରେଭେନ୍ସା ଆଗରେ

ସ୍ନାତକ ପାଠ୍ୟକ୍ରମ ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇଲା । ଶିକ୍ଷାବର୍ଷ ୨୦୨୬-୨୭ ସ୍ନାତକ ପାଠ୍ୟକ୍ରମ ନାମଲେଖାର (ଫେଜ୍-୧ ଆଡ଼ମିଶନ) ପ୍ରଥମ ମେଧା ତାଲିକା ପ୍ରକାଶିତ ହୋଇଛି । ପ୍ରଥମ ମେଧା ତାଲିକାରେ ରାଜ୍ୟର ୧,୭୮,୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ।ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ୍ ୨,୮୭,୩୨୭ଟି ଆସନ ରହିଥିବା ବେଳେ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ ୧,୭୮,୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬୯,୧୮୨ ଜଣ ଛାତ୍ର, ୧,୦୯,୫୯୧ ଜଣ ଛାତ୍ରୀ ଏବଂ ୯ ଜଣ ଟ୍ରାନ୍ସଜେଣ୍ଡର ଅଛନ୍ତି ।

Ravensa

ପ୍ରଥମ ମେଧା ତାଲିକାରେ କଳାରେ ୧,୧୨,୮୨୨ ଜଣ, ବିଜ୍ଞାନରେ ୪୩,୬୯୩ ଜଣ, ବାଣିଜ୍ୟରେ ୧୫,୬୨୪ ଜଣ, ଶାସ୍ତ୍ରୀ ପାଠ୍ୟକ୍ରମରେ ୩,୩୭୧ଜଣ, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୩,୨୪୫ ଜଣ ଏବଂ ଲ' (ଆଇନ) ପାଠ୍ୟକ୍ରମ ପାଇଁ ୧୬୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳା ପାଠ୍ୟକ୍ରମରେ ରାଜନୀତି ବିଜ୍ଞାନ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୪.୫୦% ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । ସେହିପରି ଫିଜିକାଲ ସାଇନ୍ସରେ ଫିଜିକ୍ସ ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୬.୫୦% ପ୍ରତିଶତ ଏବଂ ବାୟୋଲୋଜିକାଲ ସାଇନ୍ସରେ ଜୁଲୋଜି (ପ୍ରାଣୀ ବିଜ୍ଞାନ) ପାଇଁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୯୪.୮୩% ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । ବାଣିଜ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୮୯.୧୭%, ଶାସ୍ତ୍ରୀ ପାଠ୍ୟକ୍ରମରେ ବ୍ରଜକିଶୋର ସଂସ୍କୃତି ଡିଗ୍ରୀ ମହାବିଦ୍ୟାଳୟ, ଗଡ଼ବିଷ୍ଣୁପୁର ପାଇଁ ୬୭.୫୭%, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂ ଶାସିତ) ମହାବିଦ୍ୟାଳୟ ପାଇଁ ୯୨%, ଲ' (ଆଇନ) ପାଠ୍ୟକ୍ରମରେ ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଏ ଏଲଏଲବି ପାଠ୍ୟକ୍ରମ ପାଇଁ ୮୯.୪୦% କଟ୍ ଅଫ୍ ମାର୍କ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+