ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୋହନଙ୍କୁ ବଡ଼ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ମୋଦି । କହିଛନ୍ତି, ଦୁଇ ବର୍ଷର ଡବଲ ଇଂଜିନ ସରକାର ଐତିହାସିକ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ବିକାଶ ରାସ୍ତାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଗରିବ କଲ୍ୟାଣ ଯୋଜନାରେ ସାଧାରଣ ମଣିଷର ଜୀବନ ବଦଳୁଛି। ଓଡ଼ିଶାର ଆର୍ଥିକ ଗତିବିଧି, ନିବେଶ ଏବଂ ଉଦ୍ୟୋଗକୁ ଆକର୍ଷିତ କରିବାର ସାମର୍ଥ୍ୟ ବଢ଼ିଛି । ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୋଦିଙ୍କ ପ୍ରଶଂସା ମୋହନଙ୍କ ନେତୃତ୍ବକୁ ବଡ଼ ସ୍ବୀକୃତି । ଏହା ରାଜ୍ୟ ନେତୃତ୍ବରେ ମୋହନ ମାଝୀଙ୍କ ସ୍ଥିତିକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ।

modi

ପ୍ରଶଂସା ପରେ ପ୍ରଧାନନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ନେଇ ଗଭୀର ଧନ୍ୟବାଦ ଜଣାଇବା ସହ ଡବଲ୍ ଇଞ୍ଜିନ୍ ସରକାର ଯୋଗୁଁ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସର୍ବଦା ଅମାପ ଭଲପାଇବା ସହ ବିକାଶର ଭେଟି ଦେଇଛନ୍ତି । ଏହା ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣ ଯୋଜନାର ଉପଲବଧି ବଖାଣିଛନ୍ତି । ଗତ ଦୁଇ ବର୍ଷରେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧି ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଏବଂ ଆୟୁଷ୍ମାନ ଯୋଜନା ଭଳି କାର୍ଯ୍ୟକ୍ରମ ସଫଳ ହୋଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ KG ଠାରୁ PG ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରାଯିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯିବା ଏକ ଐତିହାସିକ ପଦକ୍ଷେପ।

ଉତ୍କର୍ଷ ଓଡ଼ିଶାରେ ରାଜ୍ୟରେ ଏକ ବଡ଼ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି। ସରକାର ଏପର୍ଯ୍ୟନ୍ତ ୩ଲକ୍ଷ ୧୧ ହଜାର ଲକ୍ଷ କୋଟି ଟଙ୍କାର ୧୫୨ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରୁ ୨୯ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଆଗାମୀ ଦିନରେ ଓଡ଼ିଶାର ଯୁବପିଢ଼ିଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ, ବରଂ ଅନ୍ୟ ରାଜ୍ୟର ଲୋକେ ଓଡ଼ିଶାକୁ ଚାକିରି ପାଇଁ ଆସିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ମୋହନ ମାଝୀ ସରକାରର ପ୍ରଥମ ବର୍ଷପୂର୍ତ୍ତିରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ମୋହନଙ୍କ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଜନତା ମୈଦାନରେ ବର୍ଷପୂର୍ତ୍ତି ସୁଶାସନର ବର୍ଷ ଥିବା କହିଥିଲେ ମୋଦି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ପରେ ଗତବର୍ଷ ସେପ୍ଟେମ୍ବର ମାସରେ ନମୋ ଯୁବ ସମାବେଶ କାର୍ଯ୍ଯକ୍ରମରେ ମଧ୍ୟ ମୋହନ ମାଝୀ ସରକାରଙ୍କ ବେଶ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+