FIFA World Cup 2026 : କଙ୍ଗୋର ଷ୍ଟାଚ୍ୟୁ ମ୍ୟାନ୍, ୯୦ ମିନିଟ୍ ଧରି ପାଲଟି ଯାଉଛନ୍ତି ପଥର

ଫିଫା ବିଶ୍ୱକପ୍‌ରେ କେବଳ ଦଳ ଓ ଖେଳାଳି ନୁହଁନ୍ତି ପ୍ରଶଂସକମାନେ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏଭଳି ଜଣେ ପ୍ରଶଂସକ ସାରା ବିଶ୍ୱରେ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଉଛନ୍ତି ଡିଆର କଙ୍ଗୋର ମିଚେଲ ଏନ୍‌କୁକା ଏମବୋଲାଡିଙ୍ଗା । ମିଚେଲଙ୍କ ବିଶେଷତ୍ୱ ହେଉଛି ସେ ଅଦ୍ଭୁତ ଭାବରେ ଷ୍ଟାଚ୍ୟୁ ହୋଇ ଦେଢ଼ ଘଣ୍ଟା ସମୟ ଛିଡ଼ା ହୋଇ ରହିପାରନ୍ତି ।

FIFA World Cup 2026

ଡିଆର କଙ୍ଗୋ ଦଳ ବିଶ୍ୱକପ୍‌ରେ ତା'ର ପ୍ରଥମ ମ୍ୟାଚ ପର୍ତ୍ତୁଗାଲ ବିପକ୍ଷରେ ଖେଳିଥିଲା । କଙ୍ଗୋ ଏହି ମ୍ୟାଚ ୧-୧ ଗୋଲରେ ଡ୍ର' ରଖିଥିଲା । କିନ୍ତୁ ମିଚେଲ ଏହି ମ୍ୟାଚ ଦେଖି ପାରି ନଥିଲେ । ଇବୋଲା ସଂକ୍ରମଣ ସନ୍ଦେହରେ ସେ ୨୧ ଦିନିଆ କ୍ୱାରେଣ୍ଟାଇନରେ ରହିଛନ୍ତି । ବିଶ୍ୱକପ୍ ପୂର୍ବରୁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ୨୦୨୫ ଆଫ୍ରିକା ନେସନ କପ୍ରେ ମିଚେଲ ଚର୍ଚ୍ଚାକୁ ଆସିଥିଲେ । ସେ ୯୦ରୁ ୧୨୦ ମିନିଟ ପର୍ଯ୍ୟନ୍ତ ଷ୍ଟାଚ୍ୟୁ ହୋଇ ରହିପାରୁ ଥିଲେ ।

ବିଶେଷ କରି କଙ୍ଗୋର ପ୍ରଥମ ପ୍ରଧାନମନ୍ତ୍ରୀ ପାଟ୍ରିସ ଲୁମୁମ୍ବାଙ୍କ ଷ୍ଟାଚ୍ୟୁ ଭଳି ମିଚେଲ ଛିଡ଼ା ହୋଇ ରହନ୍ତି । ତେଣୁ ତାଙ୍କୁ ଲୁମୁମ୍ବା ଭେଆ ଭାବେ ସମସ୍ତେ ଜାଣନ୍ତି । କ୍ୱାରେଣ୍ଟାଇନ ସମୟ ପୂରଣ ହେବା ପରେ ସେ ଚଳିତ ବିଶ୍ୱକପ୍ ମ୍ୟାଚ ଦେଖିବେ ବୋଲି ଜଣା ପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+