ବ୍ରିଟେନ ରାଜନୀତିରେ ବଡ଼ ହଲଚଲ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ଇସ୍ତଫା

ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ନାମ ଘୋଷଣା ହେବା ଯାଏଁ କିର୍ ଷ୍ଟାରମର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ସରକାର ଓ ଦଳର ସ୍ଥିତିକୁ ସୁଧାରିବା ପାଇଁ ଏକ ନୂଆ ନେତୃତ୍ୱକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ତାଙ୍କ ଉପରେ କ୍ରମାଗତ ଭାବେ ଚାପ ବଢ଼ୁଥିଲା, ଯାହା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

UK Prime Minister

ଜୁଲାଇ ୨୦୨୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କିର୍ ଷ୍ଟାରମର ଲେବର ପାର୍ଟିକୁ ବିପୁଳ ବିଜୟ ଦେଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ମାତ୍ର ବିଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ଏବଂ ପାର୍ଟିର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଗତ ୧୦ ବର୍ଷ ଭିତରେ କିର୍ ଷ୍ଟାରମର ୬ଷ୍ଠ ପ୍ରଧାନମନ୍ତ୍ରୀ, ଯିଏ ପଦ ଛାଡୁଛନ୍ତି । ଦେଶର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ବିଫଳତା ଏବଂ ଜନତାଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ଯୋଗୁଁ ସରକାରଙ୍କ ସ୍ଥିତି ଦୋହଲି ଯାଇଥିଲା । ଶେଷରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ।

କିର୍ ଷ୍ଟାରମରଙ୍କ ଏହି ଇସ୍ତଫା ବ୍ରିଟେନ ରାଜନୀତିର ଅସ୍ଥିରତାକୁ ସାମ୍ନାକୁ ଆଣିଛି । ଷ୍ଟାରମର କହିଛନ୍ତି, ଏବେ ମୋ ପାର୍ଟି ପ୍ରଶ୍ନ ପଚାରୁଛି, କ'ଣ ମୁଁ ଆଗାମୀ ସାଧାରଣ ନିର୍ବାଚନରେ ପାର୍ଟିର ନେତୃତ୍ୱ କରିବା ପାଇଁ ସଠିକ୍ ବ୍ୟକ୍ତି ? ମୁଁ ଏହି ପ୍ରଶ୍ନକୁ ନେଇ ସଂସଦୀୟ ପାର୍ଟିର ଜବାବ ଶୁଣିଛି ଏବଂ ଏହି ଉତ୍ତରକୁ ସମ୍ମାନର ସହିତ ସ୍ବୀକାର କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+