ସନତ କୁମାର ମହାନ୍ତି ଓପିଏସସିର ନୂଆ ଅଧ୍ୟକ୍ଷ
ଭୁବନେଶ୍ୱର : ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ମିଳିଲା ନୂଆ ଅଧ୍ୟକ୍ଷ । ସନତ କୁମାର ମହାନ୍ତିଙ୍କୁ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସନତଙ୍କୁ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସନତ ଓପିଏସସିର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଖୁବଶୀଘ୍ର ଓପିଏସସିର ଅଧ୍ୟକ୍ଷ ଦାୟିତ୍ୱ ନେବେ ।

ଆସନ୍ତାକାଲି ଠାରୁ ସନତ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସନତଙ୍କ କାର୍ଯ୍ୟକାଳ ସମୟରେ ଓପିଏସସିରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହେବ ।












Click it and Unblock the Notifications