ମେ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା, କେଉଁଠି ହିଟ୍ କରିବ ଦେଖାଇଲା GFS

ମେ' ମାସକୁ ନେଇ ଡରାଇଲାଣି ବାତ୍ୟା ଆଶଙ୍କା। ଆମେରିକାସ୍ଥିତ ଆନ୍ତର୍ଜାତିକ ପାଣି ପାଗ ମଡେଲ୍ ଜିଏଫଏସ୍ ପୂର୍ବାନୁମାନ ଦେଖାଉଛି, ବଙ୍ଗୋପସାଗରରେ ବାତ୍ୟା ଆସୁଛି । ସମ୍ଭବତଃ ମେ' ୧୪-୧୬ ତାରିଖ ଭିତରେ ଏହା ଉପକୂଳରେ ମାଡ଼ ହୋଇପାରେ। ଏମିତିକି ଏହା ଓଡ଼ିଶା ଉପକୂଳରେ ପଶିବା ସମ୍ଭାବନା ଥିବା ନେଇ ଏହି ପ୍ରାକ୍ ଆକଳନ ଚିତ୍ରରେ ଦର୍ଶାଯାଇଛି।

rain

ସମ୍ଭାବ୍ୟ ବାୟୁର ଚାପ ଯାହା ଦେଖାଉଛି, ଏହା ଅତି ଶକ୍ତିଶାଳୀ ରୂପ ନେଇପାରେ। ମାତ୍ର ଅନ୍ୟ କୌଣସି ପାଣିପାଗ ମଡେଲ୍ ବାତ୍ୟା ନେଇ ଏବେ କିଛି ବି ପୂର୍ବାନୁମାନ କରିନାହାନ୍ତି । ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏନେଇ କୌଣସି ସୂଚନା ଦେଇନାହିଁ । ତେବେ ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ବାତ୍ୟା ଦାନା ବାନ୍ଧିବାକୁ ପାଗ ଅନୁକୂଳ ରହିଛି । ଲଘୁଚାପ ହୋଇପାରେ । ବାତ୍ୟା ହେବ କି ନାହିଁ, ଏତେ ଆଗରୁ କିଛି କହିହେବନି I

ଗତ କିଛିବର୍ଷ ଭିତରେ ଖରାଦିନିଆ ବାତ୍ୟା ବଢ଼ିଛି । ୨୦୧୯ ମେ ୩ରେ ଓଡ଼ିଶାରେ ପ୍ରଳୟ କରିଥିଲା ଫନି ବାତ୍ୟା। ଜିଏଫଏସ୍ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ମେ' ୯-୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଆଗକୁ ବଢ଼ିବା ସହ ୧୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଥାଇପାରେ। ୧୪-୧୫ ତାରିଖ ବେଳକୁ ବେଳକୁ ଓଡ଼ିଶାରେ ମାଡ଼ ହୋଇପାରେ। ଯଦିଓ ଏହା ଭିନ୍ନ ଦିଗରେ ଯିବା ନେଇ ସକାଳେ ଜିଏଫଏସ୍ ପୂର୍ବାନୁମାନ କରୁଥିଲା, ତେଣୁ ଏବେଠାରୁ କିଛି ସ୍ପଷ୍ଟ ଆକଳନ କରି ହେବନି।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ବଙ୍ଗୋପସାଗରରେ ଏକ ସକ୍ରିୟ ପରିବେଶ ସୃଷ୍ଟି ହେଉଛି। ସମୁଦ୍ର ପତ୍ତନର ତାପମାତ୍ରା ୩୦-୩୧ ଡିଗ୍ରୀ ସେଲସିୟସ୍ ରହୁଛି । ଏହା ବାତ୍ୟା ସୃଷ୍ଟି ପାଇଁ ଅତ୍ୟନ୍ତ ଅନୁକୂଳ। ବର୍ତ୍ତମାନ ମଡେଲ୍ ଅନୁସାରେ ମେ' ୧୧ରୁ ୧୫ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+