ଯଦି ଆବଶ୍ୟକ ହୁଏ ମୁଁ ପୁଣି ଥରେ ଆକ୍ରମଣ କରିବି, ଇରାନର ୧୪ ସୁତ୍ରୀ ଶାନ୍ତି ପ୍ରସ୍ତାବ ନେଇ ଟ୍ରମ୍ପଙ୍କ ବିବୃତି

ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର ପ୍ରାୟ ଗୋଟିଏ ମାସ ବିତିଗଲାଣି । ତେବେ ଦୁଇ ଦେଶ ଏପର୍ଯ୍ୟନ୍ତ ଏକ ସ୍ଥାୟୀ ଚୁକ୍ତି ଉପରେ ସହମତ ହୋଇପାରି ନାହାନ୍ତି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ଇରାନର ନୂତନ ପ୍ରସ୍ତାବ ସମୀକ୍ଷା କରୁଛନ୍ତି। କିନ୍ତୁ ଏହା ଗ୍ରହଣ କରାଯିବ କି ନାହିଁ ସେ ବିଷୟରେ ସନ୍ଦେହ ପ୍ରକାଶ କରିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି, ଇରାନ ଏପର୍ଯ୍ୟନ୍ତ ପୂର୍ବ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଦଣ୍ଡ ପାଇନାହିଁ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ କହିଛନ୍ତି, ମୁଁ ଇରାନ ସରକାର ଆମକୁ ପଠାଇଥିବା ପ୍ରସ୍ତାବର ଶୀଘ୍ର ସମୀକ୍ଷା କରିବି, କିନ୍ତୁ ମୁଁ ବିଶ୍ୱାସ କରେ ନାହିଁ ଯେ ଏହା ମଞ୍ଜୁର ହେବ, କାରଣ ଇରାନ ଗତ ୪୭ ବର୍ଷ ଧରି ମାନବଜାତି ଏବଂ ବିଶ୍ୱ ପ୍ରତି ଯାହା କରିଛି ତାହାର ଦଣ୍ଡ ଭୋଗୀ ନାହିଁ। ଦଣ୍ଡ ଏପର୍ଯ୍ୟନ୍ତ ଶୁଣାଯାଇ ନାହିଁ ।

Trump

ଏହି ସମୟରେ, ଇରାନର ତସନିମ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଇରାନର ୧୪-ସୂତ୍ରୀ ପ୍ରସ୍ତାବରେ ତେହେରାନ ଏବଂ ଲେବାନନ ସହିତ ଜଡିତ ଉତ୍ତେଜନା ସମେତ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବ୍ୟାପକ ଢାଞ୍ଚା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏହି ପ୍ରସ୍ତାବରେ ଏକ ଅସ୍ଥାୟୀ ଅସ୍ତ୍ରବିରତିକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ୩୦ ଦିନ ମଧ୍ୟରେ ଏକ ସ୍ଥାୟୀ ସମାଧାନ ପାଇଁ ଆହ୍ୱାନ ଦିଆଯାଇଛି। ଇରାନର ପ୍ରସ୍ତାବରେ ପୂର୍ବର ଦୀର୍ଘକାଳୀନ ଦାବିର ପୁନରାବୃତ୍ତି କରାଯାଇଛି। ଏଥିରେ ଯୁଦ୍ଧ ଶେଷ ତଥା ଭବିଷ୍ୟତରେ ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ଗ୍ୟାରେଣ୍ଟି, ଏହି ଅଞ୍ଚଳରୁ ଆମେରିକୀୟ ସୈନ୍ୟଙ୍କୁ ତୁରନ୍ତ ପ୍ରତ୍ୟାହାର କରିବା ଏବଂ ହର୍ମୁଜ୍ ପ୍ରଣାଳୀରେ ନୌସେନା ପ୍ରତିବନ୍ଧକ ଏବଂ ଅବରୋଧ ଉଠାଇବା,ଇରାନ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ହୋଇଥିବା କ୍ଷତି ପାଇଁ ଜମା ହୋଇଥିବା ପାଣ୍ଠି ଏବଂ କ୍ଷତିପୂରଣ ମଧ୍ୟ ଦାବି କରିଛି। ପ୍ରସ୍ତାବରେ ସମସ୍ତ ଆମେରିକା ଏବଂ ଆନ୍ତର୍ଜାତୀୟ ଆର୍ଥିକ କଟକଣା ପ୍ରତ୍ୟାହାର କରିବାକୁ କୁହାଯାଇଛି। ଏହା ସହିତ ସୁଗମ ସାମୁଦ୍ରିକ ବାଣିଜ୍ୟ ସୁନିଶ୍ଚିତ କରିବା ପାଇଁ ହର୍ମୁଜ୍ ପ୍ରଣାଳୀ ପାଇଁ ଏକ ନୂତନ ବ୍ୟବସ୍ଥା ପାଇଁ ମଧ୍ୟ ଆହ୍ୱାନ କରାଯାଇଛି । ପ୍ରସ୍ତାବ ସମ୍ପର୍କରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଘାରିବାବାଦି କହିଛନ୍ତି ଯେ ଏହି ପ୍ରସ୍ତାବ ପାକିସ୍ତାନ ମାଧ୍ୟମରେ ପଠାଯାଇଥିଲା। ଏହାର ଉଦ୍ଦେଶ୍ୟ ଇରାନ ଉପରେ ଲଦି ଦିଆଯାଇଥିବା ଯୁଦ୍ଧକୁ ସ୍ଥାୟୀ ଭାବରେ ସମାପ୍ତ କରିବା। କୂଟନୀତି ଚାହାନ୍ତି କି ଯୁଦ୍ଧ ଚାହାନ୍ତି ଏହା ଏବେ ଆମେରିକା ସରକାରଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+