ଗଣତି ପୂର୍ବରୁ ନିଜ ସୋସିଆଲ ମିଡିଆ ବାୟୋରୁ ମୁଖ୍ୟମନ୍ତ୍ରୀ ପଦ ହଟାଇଲେ ବିଜୟନ

କେରଳରେ ବିଧାନସଭା ନିର୍ବାଚନ ରେଜଲ୍ଟର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସୋସିଆଲ ମିଡିଆରେ ପରିବର୍ତ୍ତନ । ସେ ନିଜର ପ୍ରୋଫାଇଲରେ ବଡ଼ ଧରଣର ପରିବର୍ତ୍ତନ କରି ନିଜର ବାୟୋ ଅପଡେଟ୍ କରିଛନ୍ତି। ଯାହାକୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା। ବିଶେଷଜ୍ଞଙ୍କ ମତରେ ଭୋଟ୍ ଗଣତି ପୂର୍ବରୁ ପ୍ରେଫାଇଲରେ କରାଯାଇଥିବା ଏହି ପରିବର୍ତ୍ତନ କେବଳ ଏକ ଔପଚାରିକ ଅପଡେଟ୍ ନୁହେଁ, ବଂର ଏହାକୁ ନିର୍ବାଚନୀ ଫଳାଫଳକୁ ନେଇ ଆତ୍ମବିଶ୍ବାସ କିମ୍ବା ରଣନୈତିକ ବାର୍ତ୍ତା ବି କହିହେବ।

Vijayan r

ରାଜନୈତିକ ବିଶ୍ଲେଷକଙ୍କ ମତରେ ଏଭଳି ସମୟରେ ସେ ସୋସିଆଲ ମିଡିଆ ବାୟୋ ପରିବର୍ତ୍ତନ କରିଛନ୍ତି ଯେପରି ଜନତା ଏବଂ ସମର୍ଥକଙ୍କ ପାଇଁ ପ୍ରତୀକାତ୍ମକ ବାର୍ତ୍ତା ମଧ୍ୟ ହୋଇପାରିବ। କେରଳ ରାଜନୀତିରେ ଛୋଟ ହେଉ କି ବଡ଼, ପ୍ରତ୍ୟେକ ପଦକ୍ଷେପ ଉପରେ କଡ଼ା ନଜର ରଖାଯାଇଛି, କାରଣ ନିର୍ବାଚନ ଫଳାଫଳ ରାଜ୍ୟରେ କ୍ଷମତାର ଦିଗ ନିର୍ଣ୍ଣୟ କରିବ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଆଲୋଚନାର ବିଷୟ ପାଲଟିଛି, ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାକୁ କଡ଼ା ନଜର ରଖିଛନ୍ତି।

ସୂତ୍ର ଅନୁଯାୟୀ, ଏହି ପରିବର୍ତ୍ତନ ନିର୍ବାଚନ ଫଳାଫଳ ପୂର୍ବରୁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାର ଏକ ପ୍ରୟାସ ହୋଇପାରେ, ଯାହା ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ ଏବଂ ବିରୋଧୀଙ୍କ ଉପରେ ଚାପ ପକାଇବ। ତଥାପି, ଏହି ପରିବର୍ତ୍ତନ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ପ୍ରକାଶ କରାଯାଇ ନାହିଁ। ସମସ୍ତଙ୍କ ନଜର ଏବେ ଭୋଟ ଗଣତି ଉପରେ ରହିଛି, ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ସଙ୍କେତ ସଠିକ୍ ପ୍ରମାଣିତ ହେଉଛି କି ନାହିଁ ତାହା ସ୍ପଷ୍ଟ ହୋଇଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+