ପୁଣି ବଢିଲା ଚାଉଳ ଦର: ହତାସ ଖାଉଟି...

Rice price hike: ପନିପରିବା ଦର ଏବେ ଚାଉଳ ଦର ବଢିବାରେ ଲାଗିଛି । ଚାଉଳ ଦର ବୃଦ୍ଧି ଏବେ ରାଜ୍ୟବାସୀଙ୍କ ମୁଣ୍ଡରେ ଯେପରି ଚଡ଼କ ପକାଇଛି । ଏବେ ସାଧାରଣ ଚାଉଳ କିସମର ଦର କିଲୋ ପ୍ରତି ୧୦ ରୁ ୧୨ ଟଙ୍କା ବୃଦ୍ଧି ପାଇଛି । ଗରିବ ଖାଉଟିଙ୍କ ପକେଟ ଉପରେ ସିଧା ସିଧା ମାଡ଼ କରିଛି ବର୍ଦ୍ଧିତ ଚାଉଳ ଦର ।

ଭୁବନେଶ୍ୱରରେ ସାଧାରଣ କିସମ ଚାଉଳ ପୂର୍ବରୁ କ୍ୱିଂଟାଲ ପିଛା ୨୫ ଶହ ଟଙ୍କା ଥିବା ବେଳେ ଏବେ ୩୫ ଶହ ଟଙ୍କାରେ ପହଞ୍ଚିଲାଣି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଉଳ ଦର ବଢିବାରେ ଲାଗିଛି । ଦର ବୃଦ୍ଧି କାରଣରୁ ସାଧାରଣ ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି ।

Rice Price

ସେହିପରି ଯଦି ଆମେ ଦେଖିବା ବ୍ରହ୍ମପୁର ହୋଲସେଲ୍ ବଜାରରେ ଏଚ୍‌ଏମ୍‌ଟି ଚାଉଳ ୧୧ଶହ ଟଙ୍କାରୁ ବଢ଼ି ୧୩ ଶହ ୪୦ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱର ଓ ବ୍ରହ୍ମପୁର ଭଳି ରୌପ୍ୟ ନଗରି କଟକରେ ମଧ୍ୟ ଚାଉଳ ଦର ବୃଦ୍ଧି ପାଇଛି । ସରୁ ଏଚ୍‌ଏମ୍‌ଟି ଚାଉଳ କ୍ବିଣ୍ଟାଲ୍‌ ପିଛା ପ୍ରାୟ ୧ହଜାରରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।। ସେହିପରି ଲଚ୍‌କରି ଚାଉଳ ମୂଲ୍ୟ କିଲୋ ପ୍ରତି ୬୫ ଟଙ୍କା ହୋଇଥିବା ବେଳେ ତାହା ହୋଲସେଲ୍‌ରେ ୨୬ କିଲୋକୁ ୧୬ ଶହ ୯୦ ଟଙ୍କା ରହିଛି ।ତେଣୁ ବାଧ୍ୟ ହୋଇ ଏବେ ଅନେକ ଲୋକ ଏଚ୍‌ଏମ୍‌ଟି ବ୍ରାଣ୍ଡ୍‌ ଚାଉଳ ଛାଡ଼ି ସାଧାରଣ ଚାଉଳ କିଣୁଛନ୍ତି। କିଛି ପ୍ରିମିୟମ ଚାଉଳ ଦର ବୃଦ୍ଧି ଯୋଗୁ ଲୋକେ ଏହାକୁ କିଣିବାକୁ ଡରୁଛନ୍ତି ।

କାହିଁକି ବଢୁଛି ଚାଉଳ ଦର

- ୟୁକ୍ରେନ୍-ରୁଷ ମଧ୍ୟରେ ଯୁଦ୍ଧ, ଜଳବାୟୁ ପରିବର୍ତନ
- ବଡ଼ ବଡ଼ କର୍ପୋରେଟ୍ ହାଉସ୍ ବିପୁଳ ଚାଉଳ ମହଜୁତ୍ ରଖିବା
- ସରକାର ମାଗଣା ଚାଉଳ ବଂଟନ ପରେ ଏଫ୍ସିଆଇରେ ଚାଉଳ ପରିମାଣ ହ୍ରାସ
- ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳ ଆଦି ଦେଶକୁ ଚେରାରେ ଚାଉଳ ରପ୍ତାନୀ
- ଚଳିତ ବର୍ଷ ଉତ୍ତର ଭାରତରେ ଭୟଙ୍କର ବନ୍ୟା ଦେଖାଦେଇଛି
- ମୌସୁମୀ ବର୍ଷା ବର୍ତ୍ତମାନ ସୁଦ୍ଧା ନିଅଂଟିଆ ଓ ଅସ୍ୱାଭାବିକ ରହିଛି
- ଅସ୍ୱାଭାବିକ ମୌସୁମୀ ବର୍ଷା ଯୋଗୁ ବୁଣାବୁଣି ବ୍ୟାହତ ହୋଇଛି
- ଚଳିତବର୍ଷ ଧାନ ଉତ୍ପାଦନ କ'ଣ ରହିବ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+