ସଂକ୍ରମଣକୁ ଦେଖି ବନ୍ଦ ରହିଲା ଶ୍ରୀମନ୍ଦିର, ଜୁନ୍ ୧୫ ଯାଏଁ ସାଧାରଣ ଦର୍ଶନ ମନା
ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା। ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା।
ପୁରୀ: ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା। ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା। କୋଭିଡ୍ ସ୍ଥିତିକୁ ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ ବୋଲି କୁହାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ତେବେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ପୂର୍ବ ପରି ଚାଲୁ ରହିବା ନେଇ କହିଛି ଶ୍ରୀମନ୍ଦିର ପ୍ରଶାସନ । କୋଭିଡ ସଂକ୍ରମଣ ଜିଲ୍ଲାରେ ବୃଦ୍ଧି ଘଟୁଥିବାବେଳେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ସେହିପରି ଗତକାଲି ଠାରୁ ଅର୍ଥାତ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ମଧ୍ୟ ଆରମ୍ଭ କରାଯାଇଛି ।
ସେପଟେ ବିନା ଭକ୍ତ ଓ ସୀମିତ ସେବାୟତଙ୍କ ଚନ୍ଦନ ଯାତ୍ରା ଆୟୋଜନ କରାଯାଇଛି । ଆଗକୁ ମଧ୍ୟ କଟକଣା ଭିତରେ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତି ହେବ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ଉପସ୍ଥିତ ରହିଥିଲେ ।












Click it and Unblock the Notifications