ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବାବାଙ୍କର ମୃତ୍ୟୁ

ପୁରୀ: ସ୍ଥାନୀୟ ଗୁରୁକୃପା ଆଶ୍ରମରେ ବାବାଙ୍କୁ ଆକ୍ରମଣ ଘଟଣାରେ ଆଉ ଜଣେ ବାବାଙ୍କ ମୃତ୍ୟୁ । ଆହତ ହୋଇ କଟକ ଏସସିବିରେ ଚିକିତ୍ସା ହେଉଥିବା ଆଉ ଜଣେ ବାବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୂର୍ବରୁ ପଶ୍ଚିମବଙ୍ଗର ଅର୍ଜୁନ ବାବାଙ୍କ ମୃତ୍ୟୁ ହୋଇଥିଲା ।

ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ସମୟରେ ଲୋକନାଥ ରୋଡ ସ୍ଥିତ ଗୁରୁକୃପା ଆଶ୍ରମରେ ବିଶ୍ରାମ ନେଉଥିବା ବାବା ଅର୍ଜୁନ(୫୮)ଙ୍କୁ ସେହି ମଠରେ ରହୁଥିବା ଅନ୍ୟ ଜଣେ ବାବାଜି କାଠରେ ପିଟିପିଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଅନ୍ୟ ଜଣେ ବାବା ଦୟାନିଧି ଦାସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ବାସେଳିସାହି ଥାନା ପୋଲିସ ଆଶ୍ରମରେ ପହଞ୍ଚି ଆଶ୍ରମର ପାଇଖାନା ମଧ୍ୟରୁ ହତ୍ୟା ଅଭିଯୁକ୍ତ ବିଷ୍ଣୁ ଦାସକୁ ଗିରଫ କରିଥିଲା । ଏନେଇ ଏକ ମାମଲା ରୁଜୁ କରି ବାସେଳିସାହି ଥାନା ପୋଲିସ ସାଇଣ୍ଟିଫିକ୍ ଟିମକୁ ଡକାଇ ତଦନ୍ତ କରିଥିଲା । ତନ୍ତ୍ରସାଧନା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।

Puri Gurukripa Ashram

ସୂଚନା ଅନୁସାରେ ଦେଢ଼ ବର୍ଷ ହେଲା ଏହି ଆଶ୍ରମରେ ରହିଆସୁଥିଲେ ପଶ୍ଚିମବଙ୍ଗର ଅର୍ଜୁନ ବାବା । ମାତ୍ର ୩ ମାସ ତଳେ ଆସି ରହିଥିଲେ ଗଞ୍ଜାମର ବିଷ୍ଣୁ ବାବା । ତେବେ ଉଭୟ ତନ୍ତ୍ର ସାଧନାରେ ଲିପ୍ତ ଥିଲେ ବୋଲି କହିଥିଲେ ଗୁରୁକୃପା ଆଶ୍ରମର ପରିଚାଳକ ।

ଅର୍ଜୁନଙ୍କୁ ହତ୍ୟା କରିବା ପରେ ତାଙ୍କ ରକ୍ତ ପିଇବାକୁ ଚେଷ୍ଟା କରୁଥିଲା ବିଷ୍ଣୁ । ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଆଶ୍ରମ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+