ଯୁକ୍ତ ଦୁଇ ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗ ଅଧ୍ୟାପକ । ଏନେଇ ସୂଚନା ଦେଲେ କଲେଜ ଅଧ୍ୟାପକ ପକ୍ଷ ସଂଘର ସଭାପତି । ମୂଲ୍ୟାୟନ ସମୟରେ ଧାରଣା ଜାରି ରହିବ ବୋଲି କହିଛନ୍ତି ସଂଘ ସଭାପତି ।

ସୂଚନାଥାଉ ଯେ, ସମାନ କାମକୁ ସମାନ ଦରମା ଦାବିରେ ଧାରଣା ଦେଉଛି ସଂଘ । ଭୁବନେଶ୍ୱର ଲୋୟର ପିଏମଜିରେ ୫୫ ଦିନ ହେଲା ଧାରଣା ଦେଉଛନ୍ତି । ଗତ ଗୁରୁବାର ଦିନ କଳାପଟି ବାନ୍ଧି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଶକାଧିକ ଅଧ୍ୟାପକ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରା ବାହାର କରି ଲୋୟର ପିଏମଜିରେ ପହଞ୍ଚି ଥିଲେ ।

strike

ପୂର୍ବରୁ ମାର୍ଚ୍ଚା ୧୦ରୁ ୧୨ ତାରିଖରେ ମନ୍ତ୍ରୀସ୍ତରୀୟ କମିଟି ବସି ଆଲୋଚନା କରାଯାଇଥିଲା ଏବଂ ସମସ୍ତ ଦାବି ପୂରଣ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଦାବି ପୂରଣ ନ ହେବାରୁ ପୁଣି ଧାରଣାରେ ବସିଛି ଅଧ୍ୟାପକ ସଂଘ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଜାପାନ ଗସ୍ତରେ ଯାଇଥିବାରୁ ଆଲୋଚନା କିଛି ଦିନ ପାଇଁ ଘୁଞ୍ଚାଯାଇଛି ।

ତେବେ ସଂଘ ପକ୍ଷରୁ କରାଯାଉଥିବା ଦାବି ଗୁଡିକ ହେଲା, ସମାନ ଗ୍ରେଡ୍-ପେକୁ ସମାନ ଦରମା ବୃଦ୍ଧି, ସମସ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଟି,ପେନସନ୍ ପରିସରଭୁକ୍ତ କରିବା, ୨୦୧୮ ଜି.ଓରେ ଅର୍ନ୍ତୁଭୁକ୍ତ କର୍ମଚାରୀଙ୍କୁ ୭ମ ବେତନ କମିସନ ହାରରେ ଦରମା ଦେବା ପରି ଦାବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+