ମୋହନ ସରକାରଙ୍କ ବଡ଼ ସଫଳତା, ନିବେଶ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ
ନୀତି ଆୟୋଗର 'ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬'ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ପାଲଟିଛି। ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ସହ ତାଳ ଦେଇ ଆଗକୁ ବଢୁଛି ଓଡ଼ିଶା।ଏହା ରାଜ୍ୟ ସରକାରଙ୍କ ବଡ଼ ସଫଳତା ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।

ନୀତି ଆୟୋଗ ପକ୍ଷରୁ ପ୍ରଥମ ଥର ପ୍ରକାଶିତ 'ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬'ରେ ଓଡ଼ିଶାକୁ ' ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ୱୀକୃତି ମିଳିଛି। ଏହି ଶ୍ରେଣୀରେ ଗୁଜରାଟ, ମହାରାଷ୍ଟ୍ର, ତାମିଳନାଡୁ ଓ ଗୋଆ ମଧ୍ୟ ସ୍ଥାନ ପାଇଛନ୍ତି। ନୀତିଆୟୋଗ ଭିତ୍ତିଭୂମି, ଶିଳ୍ପ ନୀତି, ଆର୍ଥିକ ସହାୟତା, ସମ୍ବଳ ଭଳି ପ୍ରମୁଖ ବିନ୍ଦୁକୁ ନେଇ ସର୍ଭେ କରିଥିଲେ। ଯେଉଁଥିରେ ଶ୍ରେଷ୍ଠ ପାଞ୍ଚ ପ୍ରଦର୍ଶନକାରୀ ରାଜ୍ୟରେ ଓଡ଼ିଶା ରହିଛି । ରାଜ୍ୟକୁ ନିବେଶ ଆଣିବାରେ ସରକାର ସଫଳ ହୋଇଛନ୍ତି। ବିଭିନ୍ନ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରିବାରେ ସରକାର ଫୋକସ କରିଛନ୍ତି। ପ୍ରାକୃତିକ ସମ୍ପଦ ଏବଂ ମାନବ ସମ୍ପଦରେ ଓଡିଶା ଆଗରେ ରହିଛି। ଯୁବକମାନଙ୍କ ଦକ୍ଷତା ବିକାଶରେ ମଧ୍ୟ ଓଡ଼ିଶାକୁ ସଫଳତା ମିଳିଛି । ମହାରାଷ୍ଟ୍ର ଏବଂ ଗୁଜୁରାଟ ଭଳି ରାଜ୍ୟ ସହିତ ତାଳ ମିଶାଇ ଓଡ଼ିଶାକୁ ବଡ଼ ସଫଳତା ମିଳିଛି।












Click it and Unblock the Notifications