ଆଜି ଶ୍ରୀଜୀଉଙ୍କ ଆଡପ ବିଜେ, ଅପରାହ୍ନରେ ହେବ ପହଣ୍ଡି

ଆଜି ଶ୍ରୀଜୀଉଙ୍କ ଆଡପ ବିଜେ । ରଥ ଉପରେ ଅବକାଶ ନୀତି ପରେ ତିନି ରଥ ଶରଧା ବାଲିରେ ପହଞ୍ଚିଛି । ଆଜି ରଥ ଉପରେ ସକାଳ ଧୁପ ଗୋପାଳବଲ୍ଲଭ , ମଧ୍ଯାହ୍ନ ଧୁପ ଓ ସଂନ୍ଧ୍ଯା ଧୁପ ସରିବା ପରେ ହେବ ବଡସିଂହାର ବେଶ । ଏହାପରେ ଠିଆ ପହୁଡ ଅର୍ଥାତ ଟେରା ପଡିବ। ଅପରାହ୍ନରେ ଶ୍ରୀ ଜୀଉଙ୍କ ଆଡପ ପହଣ୍ଡି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ କରିବା ସୂଚନା ରହିଛି । ମହାପ୍ରଭୁଙ୍କ ଆଡପ ବିଜେ ସରିବା ପରେ ଆସନ୍ତା କାଲି ଠାରୁ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିସହ ଆସନ୍ତା କାଲିଠାରୁ ଭକ୍ତ ମନେ ପାଇବେ ଆଡପ ଅଭଡ଼ା । ଭକ୍ତଙ୍କ ଶୃଙ୍ଖଳିତ ପହଣ୍ଡି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥ ଉପରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସାରିବା ପରେ ପହଣ୍ଡି ବିଜେ ଆରମ୍ଭ ହେବ।

Adapa Bije
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+