ଟ୍ରକକୁ ପିଟିଲା ପିକଅପ୍ ଭ୍ୟାନ୍, ୩ ମୃତ
ଯାଜପୁର:ଚଣ୍ତିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ଚାରିନଙ୍ଗଳଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପିଟିଲା ପିକଅପ୍ ଭ୍ୟାନ୍, ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି ।
ଶନିବାର ସକାଳୁ ଚଣ୍ତିଖୋଲ ବାଲିଚନ୍ଦ୍ରପୁରରୁ ଶୁଖୁଆ ନେଇ ପାରାଦ୍ୱୀପ ଯାଉଥିବା ବେଳେ ବାଲିଚନ୍ଦ୍ରପୁର ଥାନା NH-53 ଚାରିନଙ୍ଗଳ ଛକ ନିକଟରେ ଶୁକୁଆ ବୋଝେଇ ପିକଅପ୍ ଭ୍ୟାନଟି ଏକ ଟ୍ରକକୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ଗୁରୁୃତର ମାନଙ୍କର ଚିକିତ୍ସା ଜାରି ରହିଛି । ସମସ୍ତ ଆହତଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ସମସ୍ତଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ପିକଅପ୍ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରାସାମ୍ୟ ହରାଇ ଟ୍ରକ ପଛରେ ପିଟି ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି ।












Click it and Unblock the Notifications