ଆନ୍ଧ୍ରପ୍ରଦେଶରେ କୋଭିଡ୍ ଓମିକ୍ରନ୍ RF.5 ଭାରିଆଣ୍ଟର ୪ ମାମଲା ଚିହ୍ନଟ: ସରକାର କହିଲେ ସତର୍କ ରୁହ

ଦୁଇ ବର୍ଷ ସାରା ପୃଥିବୀରେ ତାଣ୍ଡବ ରଚିବା ପରେ କରୋନା ଏବେ ବି ଯାଇନି। ଦକ୍ଷିଣ ଭାରତରେ ଧୀରେ ଧୀରେ ବ୍ୟାପିବା ଆରମ୍ଭ କଲାଣି କରୋନା ମହାମାରୀ। ସଦ୍ୟ ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରୁ ସଂଗୃହୀତ କୋଭିଡ୍-୧୯ ସଂକ୍ରମିତ ନମୁନାର ଜିନୋମ୍ ସିକ୍ୱେନ୍ସିଂରୁ ଓମିକ୍ରନ୍ RF.5 ଭାରିଆଣ୍ଟର ୪ଟି ମାମଲା ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ ଶନିବାର ସୂଚନା ଦେଇଛନ୍ତି।

କଡପା ଜିଲ୍ଲାରୁ ସଂଗ୍ରହ କରାଯାଇଥିବା କୋଭିଡ୍ ପଜିଟିଭ୍ ନମୁନାଗୁଡ଼ିକୁ ପୁଣେର ଏକ ଭାଇରୋଲୋଜି (Virology) ପରୀକ୍ଷାଗାରକୁ ପଠାଯାଇଥିଲା। ସେଠାରେ କରାଯାଇଥିବା ଜିନୋମ୍ ସିକ୍ୱେନ୍ସିଂ ପରେ ଏହି ନମୁନାରେ ଓମିକ୍ରନ୍ RF.5 ଭାରିଆଣ୍ଟ ଥିବା ସ୍ପଷ୍ଟ ହୋଇଛି।

4 cases of Covid

ଏହି ସୂଚନା ମିଳିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ରାଜ୍ୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଥିଲେ। ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ଜାଗେ ଜାଗେ ଦେଖାଯାଉଛି। ତଥାପି ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଓମିକ୍ରନ RF.5 ଉପରେ ବିଶ୍ୱର ନଜର

ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, RF.5 ହେଉଛି ଓମିକ୍ରନ୍ର ଅନେକ ସବ୍-ଲାଇନେଜ୍ ମଧ୍ୟରୁ ଗୋଟିଏ, ଯାହା ବିଶ୍ୱର ବିଭିନ୍ନ ଦେଶରେ ଚିହ୍ନଟ ହୋଇଛି। ବର୍ତ୍ତମାନ ଏହାକୁ ନିୟମିତ ଜିନୋମିକ୍ ନିରିକ୍ଷଣ ଅଧୀନରେ ରଖାଯାଇଛି। ଏନେଇ ମେଡିକାଲ ଏଜୁକେସନ୍ ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି ଭାରିଆଣ୍ଟ ଉପରେ ନଜର ରଖିଛି। ସିଙ୍ଗାପୁର ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ RF.5 ଭାରିଆଣ୍ଟର ଅଧିକ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି।

Also Read- ବାପାଙ୍କ ଋଣ ସ୍ତ୍ରୀଙ୍କ ସପୋର୍ଟ, ଡାକ୍ତର ହେବେ ବିଶାଲ

ଭୟଭୀତ ନ ହେବାକୁ ପରାମର୍ଶ

ବିଷ୍ଣୁବର୍ଦ୍ଧନ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ବୈଜ୍ଞାନିକ ପ୍ରମାଣ ଅନୁଯାୟୀ RF.5 ଅନ୍ୟ ପ୍ରଚଳିତ ଓମିକ୍ରନ୍ ଭାରିଆଣ୍ଟଠାରୁ ଅଧିକ ବିପଜ୍ଜନକ ବୋଲି କୌଣସି ସୂଚନା ମିଳିନାହିଁ। ସେ ସାଧାରଣ ଲୋକଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, RF.5 ହେଉଛି ଓମିକ୍ରନ୍ର ଏକ ପ୍ରାକୃତିକ ଭାବେ ବିକଶିତ ସବ୍-ଲାଇନେଜ୍, ଯାହା JN.1 ଲାଇନେଜ୍ରୁ LF.7 ଏବଂ PY.1.1.1 ଶାଖା ମାଧ୍ୟମରେ ବିକଶିତ ହୋଇଛି। ଏହା କୌଣସି ରିକମ୍ବିନାଣ୍ଟ ଭାରିଆଣ୍ଟ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। WHOର ନିୟମିତ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଅଧୀନରେ ଏହାର ନିରୀକ୍ଷଣ ଜାରି ରହିଛି।

RF.5ର ଲକ୍ଷଣ କ'ଣ?

ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, RF.5 ଭାରିଆଣ୍ଟର ଲକ୍ଷଣ ଅନ୍ୟ ଓମିକ୍ରନ୍ ସବ୍-ଭାରିଆଣ୍ଟ ପରି ହିଁ ରହିଛି। ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କ ଠାରେ
ଗଳା ଯନ୍ତ୍ରଣା,କାଶ, ଜ୍ୱର, ମୁଣ୍ଡବିନ୍ଧା,ଶରୀର ଯନ୍ତ୍ରଣା ଆଦି ସାଧାରଣ ଲକ୍ଷଣଗୁଡ଼ିକ ଦେଖାଯାଉଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟର ସମସ୍ତ ଟିଚିଂ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ୍ ୱାର୍ଡ ପ୍ରସ୍ତୁତ କରାଯାଉଛି। ଏହାସହ କୋଭିଡ୍ ପରୀକ୍ଷା କିଟ୍ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ାଯାଉଛି, ଯାହାଦ୍ୱାରା ଯେକୌଣସି ପରିସ୍ଥିତିର ମୁକାବିଲା କରାଯାଇପାରିବ।

ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ କୋଭିଡ୍ ସ୍ଥିତି

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ମୋଟ ୧୬ଟି କୋଭିଡ୍-୧୯ ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ଜୁଲାଇ ୧୬ ତାରିଖ ସୁଦ୍ଧା ୧୨ଟି ମାମଲା ରେକର୍ଡ କରାଯାଇଥିଲା। ଜିନୋମ୍ ସିକ୍ୱେନ୍ସିଂ ପରେ ସେହି ମାମଲାମାନଙ୍କ ମଧ୍ୟରୁ ୪ଟିରେ ଓମିକ୍ରନ୍ RF.5 ଭାରିଆଣ୍ଟ ଥିବା ନିଶ୍ଚିତ ହୋଇଛି। ରାଜ୍ୟ ସରକାର କହିଛନ୍ତି ଯେ, ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି ଏବଂ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ସହ ଯେକୌଣସି ଜରୁରୀ ସ୍ଥିତି ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+