Get Updates
Get notified of breaking news, exclusive insights, and must-see stories!

ସ୍ୱାଧିନତା ଦିବସରେ ଓଡ଼ିଶାର ୪ ପୋଲିସଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ

କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ୧୫୨ ପୋଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀ ରହିଛନ୍ତି।

ଭୁବନେଶ୍ୱର: କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ୧୫୨ ପୋଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ। ଏହି ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପୁଲିସ କର୍ମଚାରୀ ରହିଛନ୍ତି। ସ୍ୱାଧିନତା ଦିବସ ଉପଲକ୍ଷେ ସମ୍ମାନିତ ହେବେ ଓଡ଼ିଶାର ୪ ପୋଲିସ ଅଧିକାରୀ ।

Union Home Minister Medal

ଓଡ଼ିଶାରୁ ୪ ଜଣଙ୍କୁ (୨ ଇନ୍ସପେକ୍ଟର ଓ ୨ସବ୍ ଇନ୍ସପେକ୍ଟର)ଙ୍କୁ ସମ୍ମାନୀତ କରାଯିବ । ଏହି ୪ ଜଣ ‌ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବ- ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ ଏବଂ ସବ- ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । କର୍ତ୍ତବ୍ୟକୁ ସୂଚାରୁ ରୂପେ ପ୍ରତିପାଦିତ କରିଥିବା ଓଡ଼ିଶାର ଏହି ୪ ପୋଲିସ ଅଧିକାରୀ ସମ୍ମାନିତ ହେବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୪ଜଣଙ୍କ ବ୍ୟତୀତ ୧୫ଜଣ ସିବିଆଇରୁ, ୧୧ଜଣ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପୁଲିସରୁ, ୧୦ଜଣ ଉତ୍ତରପ୍ରଦେଶରୁ, ୯ ଜଣ କେରଳ ଏବଂ ରାଜସ୍ଥାନ ପୁଲିସରୁ, ୮ ଜଣ ତାମିଲନାଡୁ ପୁଲିସରୁ, ୭ଜଣ ବିହାରରୁ ଓ ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୁଲିସରୁ ୬ଜଣ ଲେଖାଏଁ ପୁଲିସ କର୍ମଚାରୀ ରହିଛନ୍ତି। ଏଥିମଧ୍ୟରେ ୨୮ ମହିଳା ପୁଲିସ ଅଧିକାରୀ ରହିଛନ୍ତି।

ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକ ୨୦୧୮ରେ ଦିଆଯିବା ଆରମ୍ଭ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+