ଅର୍ଡର ହେଲା 5 ହଜାର 2-DG ପ୍ୟାକେଟ୍ : ସମସ୍ତଙ୍କୁ ମାଗଣା ଯୋଗାଇବେ ରାଜ୍ୟ ସରକାର

ରାଜ୍ୟ ସରକାର 5 ହଜାର 2-DG ପ୍ୟାକେଟ୍ ଅର୍ଡର କରିଛନ୍ତି । ଏହା ଆସିବା ପରେ ସମସ୍ତଙ୍କୁ ମାଗଣା ଯୋଗାଇବେ ।

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଭାରତୀୟ ବଜାରକୁ ଆସିଥିବା 2-ଡିଜି ସଞ୍ଜିବନୀକୁ ଓଡିଶା ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପାଞ୍ଚ ହଜାର ପ୍ୟାକେଟ୍ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ଏଠାରେ ସୂଚନାଥାଉକି, ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ (ଡିଆରଡିଓ) ପ୍ରସ୍ତୁତ କରିଥିବା ଔଷଧ 2-ଡିଜିର ଦର ଧାର୍ଯ୍ୟ ହୋଇଛି । ହାଇଦ୍ରାବାଦର ଡ. ରେଡ୍ଡୀ ଲାବ୍‌ ସହ ମିଶି ଡିଆରଡିଓ ପ୍ରସ୍ତୁତ କରିଥିବା ଏହି 2-ଡିଅକ୍ସି-ଡି-ଗ୍ଲୋକୋଜ୍‌ ପ୍ୟାକେଟରେ ଆସୁଥିବା ବେଳେ ଏହାର ଦାମ ସାଧାରଣ ଲୋକଙ୍କ ପାଇଁ 990 ଟଙ୍କା ରଖାଯାଇଛି ।
ଏହି ଔଷଧ ଜୁନ୍ 10 ତାରିଖରେ ବଜାରକୁ ଆସିବ । ଏହାପରେ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ପାଇବା ନେଇ ଯୋଜନା ହୋଇଛି ।

 2-DG ପ୍ୟାକେଟ୍

ରାଜ୍ୟ ସରକାର ଏହାକୁ ମାଗଣାରେ ଲୋକଙ୍କୁ ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ଔଷଧ ନିଗର କମ୍ପାନୀ ସହ ଏସମ୍ପର୍କରେ ଆଲୋଚନା କରିଛି । ପାଞ୍ଚ ହଜାର ଔଷଧ ଯୋଗାଇ ଦେବା ନେଇ ରାଜ୍ୟ ସରକାରଙ୍କ ଔଷଧ ନିଗମ କମ୍ପାନୀକୁ ଚିଠି କରି ସାରିଛି ବୋଲି ଆଜି ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏଠାରେ କହିରଖୁଛୁ କି ଏହି 2-ଡିଜିକୁ ଜରୁରୀକାଳିନୀ ବ୍ୟବହାର ପାଇଁ କିଛି ଦିନ ତଳେ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏହି ଔଷଧ କମ୍ ମୂଲ୍ୟରେ ଉପଲବ୍ଧ କରାଯିବ । ଏହି ଔଷଧ ନେବା ପରେ କରୋନା ରୋଗୀଙ୍କୁ ଆଉ ଅକ୍ସିଜେନ୍ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି କମ୍ପାନୀ ମୂଳରୁ ଦାବି କରି ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+