ସୋମବାରଠାରୁ କଟକରେ ଲାଗୁ ହେବ ନୂଆ କଟକଣା
ସୋମବାର ଠାରୁ କଟକ ସହରରେ ଲାଗୁ ହେବ ସାନି କଟକଣା। ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା।
କଟକ: ସୋମବାର ଠାରୁ କଟକ ସହରରେ ଲାଗୁ ହେବ ସାନି କଟକଣା। ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା। କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ବିଭିନ୍ନ ବଜାର କମିଟି ନିଷ୍ପତ୍ତି ନେଇଥିବା ସୂଚନା ଦେଲେ ସିଏମସି କମିଶନର ଅନନ୍ୟା ଦାସ ।

ସୂଚନାଯୋଗ୍ୟ, ରାଜ୍ୟରେ ବଢ଼ି ଚାଲୁଥିବା ସଂକ୍ରମଣର ସ୍ପିଡରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ବ୍ୟବସାୟୀ ସଂଘ। ଦୋକାନ ବଜାରରେ ଗହଳି ଯୋଗୁ ସଂକ୍ରମଣ ଅଧିକ ବ୍ୟାପୁଥିବା କୁହାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଆଜିଠୁ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବେ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ।












Click it and Unblock the Notifications