Get Updates
Get notified of breaking news, exclusive insights, and must-see stories!

Nagarjuna Besha Live Update: ମହାପ୍ରଭୁଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଲା ପୁରୀ ଶ୍ରୀମନ୍ଦିରରେ

ରାତି ପାହିବା କ୍ଷଣି ମହାପ୍ରଭୁଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଭୋର୍ 4ଟାରୁ 7ଟା ଯାଏଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଯୋଦ୍ଧା ବେଶ କରାଯିବ ।

Nagarjuna Vesa

ପୁରୀ : ଆଉ କେଇ ଘଣ୍ଟାର ଅପେକ୍ଷା । ରାତି ପାହିବା କ୍ଷଣି ମହାପ୍ରଭୁଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଭୋର୍ 4ଟାରୁ 7ଟା ଯାଏଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଯୋଦ୍ଧା ବେଶ କରାଯିବ । କୋଭିଡ୍ ନିୟମକୁ ପାଳନ କରି ସେବାୟତମାନେ ମନ୍ଦିର ଭିତରକୁ ଯିବେ । ରୀତିନୀତି ଅନୁସାରେ ଏହି ବେଶ ନିର୍ଦ୍ଧାରିତ ସମୟ ଅନୁସାରେ ଅନୁଷ୍ଠିତ ହେବ । ଦୀର୍ଘ 25 ବର୍ଷ ପରେ ଶ୍ରୀଜୀଉଙ୍କ ଏହି ବିରଳ ବେଶ ହେଉଛି । ଗୁରୁବାର ରାତି 2ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ଚକ୍ରକୋଟ ଯାଗାରୁ ବେଶକୁ କଡ଼ା ସୁରକ୍ଷା ବଳୟରେ ଶ୍ରୀମନ୍ଦିର ଭିତରକୁ ଅଣାଯିବ । ଅର୍ଜୁନଙ୍କ ପାଇଁ କାହିଁକି ହୋଇଥିଲା ନାଗାର୍ଜୁନ ବେଶ ? କାହିଁକି ନାଗାର୍ଜୁନଙ୍କୁ କୁହାଯାଏ ଅର୍ଜୁନଙ୍କ ପୁଅ ? ନାଗାର୍ଜୁନଙ୍କୁ କିଏ ଓ କିଭଳି ଦେଲେ ଏତେ ଅସ୍ତ୍ର ?

Nov 27, 2020, 5:29 am IST

ଆରମ୍ଭ ହେଲା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ । ଅବକାଶ ନୀତି ଓ ମଇଲମ ନୀତି ପରେ ଆରମ୍ଭ ହେଲା ନାଗାର୍ଜୁନ ବେଶ । ଭୋର୍ 5ଟାରୁ ଆରମ୍ଭ ହେଲା ନାଗାର୍ଜୁନ ବେଶ । ମହାପ୍ରଭୁ ଓ ବଳରାମ ସଜେଇ ହେବେ ବୀର ବେଶରେ । ତ୍ରିଭୁବନେଶ୍ୱରୀ ବେଶ ହେବେ ମା'ସୁଭଦ୍ରା ।
Nov 27, 2020, 5:22 am IST

ସରିଲା ମହାପ୍ରଭୁଙ୍କ ଅବକାଶ ନୀତି । ଏବେ ଚାଲିଛି ମଇଲମ ନୀତି । ବାଦ୍ୟ ଓ ନୃତ୍ୟର ତାଳେତାଳେ କମ୍ପୁଛି ସିଂହଦ୍ୱାର ।
Nov 27, 2020, 4:36 am IST

ଶ୍ରୀ ମନ୍ଦିରରେ ପହଞ୍ଚିଲା ବେଶ ସାମଗ୍ରୀ । ବିଜେ କାହାଳୀ, ଘଣ୍ଟଘଣ୍ଟା ଏବଂ ପାଟପଟୁଆରରେ ହରଚଣ୍ଡୀ ସାହିରୁ ବାହାରି ଶ୍ରୀମନ୍ଦିରରେ ପହଞ୍ଚିଛି । ଆଉ କିଛି ସମୟପରେ ଶ୍ରୀଅଙ୍ଗରେ ଲାଗି ହେବ ବେଶ ସାମଗ୍ରୀ ।
Nov 27, 2020, 3:38 am IST

ବନ୍ଦାପନା ପରେ ପାଟପଟୁଆର ଭିତରେ ହରଚଣ୍ଡୀ ସାହିରୁ ବାହାରିଲା ମହାପ୍ରଭୁଙ୍କର ବେଶ ସାମଗ୍ରୀ । କିଛି ସମୟ ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗି ହେବ ।
Nov 27, 2020, 3:32 am IST

ବାଜି ଉଠିଲା ବିଜେ କାହାଳୀ । ଘଣ୍ଟଘଣ୍ଟା ଏବଂ ପାଟପଟୁଆରରେ ଅଣାଯାଉଛି ବେଶ ସାମଗ୍ରୀ । ବନ୍ଦାପନା ପରେ ଶ୍ରୀ ମନ୍ଦିରକୁ ନିଆଯିବ ବେଶ ସାମଗ୍ରୀ ।
Nov 27, 2020, 2:36 am IST

ଆରମ୍ଭ ହେଲା ମହାପ୍ରଭୁଙ୍କର ନାଗାର୍ଜୁନ ନୀତିକୀନ୍ତି । ମନ୍ଦିର ଦ୍ୱାର ଫିଟା ନୀତି ହୋଇଛି ।
Nov 27, 2020, 2:21 am IST

ଶ୍ରୀଭୁଜ, ଶ୍ରୀପୟର, ନାକୁଆସି, କର୍ଣ୍ଣ କୁଣ୍ଡଳ, ଓଳମାଳ, ବାଘନଖି ମାଳି, ହରିଡ଼ା ମାଳି, ପଦ୍ମ ମାଳି, ଘାଗଡ଼ା ମାଳି ଲାଗି ହେବ । ମହାପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ମୁଖରେ ନିଶ ଦାଢି କରାଯିବ । ପ୍ରଭୁ ବାଘଛାଲ ସଦୃଶ ବସ୍ତ୍ର ପରିଧାନ କରିବେ ।
Nov 27, 2020, 2:05 am IST

ନାଗାର୍ଜୁନ ବେଶକୁ ଆଣିବା ପାଇଁ ହରଚଣ୍ଡୀ ସାହିକୁ ଗଲେ ଘଣ୍ଟୁଆ ସେବାୟତ ।
Nov 27, 2020, 1:48 am IST

ବନ୍ଦ ହେଲା ଶ୍ରୀମନ୍ଦିର ମୁଖଦ୍ୱାର । ରାତି 2ଟାରେ ଖୋଲିବ ପହଡ଼ ।
Nov 27, 2020, 12:53 am IST

ଅର୍ଜୁନଙ୍କ ପାଇଁ କାହିଁକି ହୋଇଥିଲା ନାଗାର୍ଜୁନ ବେଶ ?
Nov 26, 2020, 11:33 pm IST

ହରଚଣ୍ଡୀ ସାହିରୁ ପାଟପଟୁଆରରେ ଆଣାଯିବ ବେଶ ସାମଗ୍ରୀ । 16 ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେବେ ଜଗାବଳିଆ । ଦୁଇ ଠାକୁରଙ୍କ ମସ୍ତକରେ ଶୋଭିତ ହେବ ହାଣ୍ଡିଆ । ଧାରଣ କରିବେ ଢେଣୁ, ଶିଙ୍ଗା, ତୂଣୀର, ବାଘନଖ ଓ ଖଣ୍ଡା ଆଦି ଆୟୁଧ ।
Nov 26, 2020, 11:26 pm IST

ଏକ ନିର୍ଦ୍ଦିଷ୍ଟତିଥିରେ ଏହା ପଡ଼ୁଥିବାରୁ ଏହାକୁ ଦୁର୍ଲଭ ବେଶ କୁହାଯାଏ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ 5 ଦିନ ପରିବର୍ତ୍ତେ 6 ଦିନ ହୁଏ, ସେହି ବର୍ଷ ମଳତିଥିରେ ହୁଏ ନାଗାର୍ଜୁନ ବେଶ । ଏହି ବେଶକୁ ଚର୍ମଚକ୍ଷୁରେ ଦର୍ଶନ କଲେ ମୋକ୍ଷପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
Nov 26, 2020, 10:49 pm IST

ଶୈବ ଏବଂ ବୈଶବୀୟ ଭାବନାର ମିଶ୍ର ପରିପ୍ରକାଶ ଏହି ନାଗାର୍ଜୁନ ବେଶ
Nov 26, 2020, 10:48 pm IST

ବୀର ନାଗା ବେଶରେ ସଜେଇ ହେବେ ଦୁଇ ଭାଇ ଜଗନ୍ନାଥ ଏବଂ ବଳଭଦ୍ର । ତ୍ରିଭୁବନେଶ୍ୱରୀ ବେଶ ହେବେ ଭଉଣୀ ସୁଭଦ୍ରା ।
Nov 26, 2020, 10:46 pm IST

ଏହି ବେଶକୁ ପର୍ଶୁରାମ ବେଶ ମଧ୍ୟ କୁହାଯାଏ
Nov 26, 2020, 10:45 pm IST

ନାଗା ପରମ୍ପରାର ଅନୁକରଣରେ ହେବ ନାଗାର୍ଜୁନ ବେଶ
Nov 26, 2020, 9:04 pm IST

ନାଗାର୍ଜୁନ ବେଶ ପାଇଁ ମନ୍ଦିର ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି ।
Nov 26, 2020, 9:02 pm IST

ମନ୍ଦିର ଭିତରକୁ ଅଣସେବାୟତ ପ୍ରବେଶ କରିପାରିବେ ନାହିଁ । ମୋବାଇଲକୁ ମଧ୍ୟ ମନ୍ଦିର ଭିତରକୁ ଛଡାଯିବ ନାହିଁ । 144 ଧାରା ଜାରି କରାଯାଇଥିବାରୁ ସହରରୁ ବାହାରୁ ଲୋକ ଏହି ସମୟରେ ନ ଆସିବା ପାଇଁ ଅନୁରୋଧ କଲେ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ।
Nov 26, 2020, 7:54 pm IST

ଶେଷଥର ପାଇଁ 1994 ମସିହା ନଭେମ୍ବର 16ରେ ହୋଇଥିଲା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ।
Nov 26, 2020, 7:36 pm IST

26 ବର୍ଷ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନାଗାର୍ଜୁନ ବେଶ ।
Nov 26, 2020, 7:30 pm IST

ରାତି 2ଟାରେ ଦ୍ୱାର ଫିଟା । 2.30ରେ ମଙ୍ଗଳ ଆଳତି । ରାତି 2ଟା 30ରେ ମଇଲମ । ରାତି 3ଟା 30ରେ ତଡ଼ପ ଲାଗି । 3ଟା 50ରେ ଅବକାଶ । ଭୋର 4ଟାରୁ ନାଗାର୍ଜୁନ ବେଶ ଆରମ୍ଭ ।
Nov 26, 2020, 7:26 pm IST

ପୁରୀରେ ଲାଗୁ ହେଲା 144 ଧାରା । ରାତି 2ଟାରୁ ବେଶ ଲାଗି ପାଇଁ ପ୍ରକ୍ରିୟା ଆରମ୍ଭ । ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଜାରି ।
ନାଗାର୍ଜୁନ ବେଶର ଲାଇଭ୍ ଅପଡେଟ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+