Get Updates
Get notified of breaking news, exclusive insights, and must-see stories!

ନାଗାର୍ଜୁନଙ୍କୁ କିଏ ଓ କିଭଳି ଦେଲେ ଏତେ ଅସ୍ତ୍ର ?

ହର ଉଦ୍ୟାନରେ ରହିବାକୁ ଅନୁମତି ଦେବାକୁ ସ୍ୱାମୀଙ୍କୁ ମଧ୍ୟ ଅନୁରୋଧ କଲେ । ଶିବ ପାର୍ବତୀଙ୍କ ପ୍ରିୟ ପୁତ୍ର ହେବାରୁ ଗଣେଷ ପରଶୁ ଓ ଅମୃତାକ୍ଷସର, କାର୍ତ୍ତିକେୟ, ସୂର୍ଯ୍ୟବ୍ରତ ଶର ଓ ହେମ ଗଦା ବାରାହୀ ଦେବୀ ଅଗ୍ନିନାରାଚ ଓ ମହାକାଳ ବାଣ ପ୍ରଦାନ କଲେ ।

ବାସୁକୀ ନିଜର ଅନିନ୍ଦ୍ୟ ସୁନ୍ଦରୀ ଅଲିଅଳୀ କନ୍ୟା ସନ୍ଧ୍ୟାବାଳୀକୁ ଅର୍ଜୁନର ସେବାରେ ନିୟୋଜିତ କରି ଯୁଧିଷ୍ଠିରଙ୍କ ରାଜସ୍ୱୀୟ ଯଜ୍ଞରେ ଯୋଗଦେବାକୁ ଗଲେ । ଇତ୍ୟବସରରେ ଅର୍ଜୁନ ଓ ସନ୍ଧ୍ୟାବାଳୀର ପ୍ରେମ ସଂଗଠିତ ହୋଇ ସନ୍ଧ୍ୟାବାଳୀ ଗର୍ଭବତୀ ହେଲା । ବାସୁକି ରାଜ ଯଜ୍ଞ ଛାଡି ମର୍ତ୍ତ୍ୟକୁ ଫେରିଲେ । ସନ୍ଧ୍ୟାବାଳୀ ଓ ଅର୍ଜୁନର ପ୍ରେମ ସମ୍ପର୍କ ଜାଣି କନ୍ୟାକୁ ଅର୍ଜୁନଙ୍କୁ ପ୍ରଦାନ କଲେ । ପାତାଳପୁରୀରେ କିଛି ଦିନ ଅବସ୍ଥାନ କରିବା ପରେ ଅର୍ଜୁନ ଇନ୍ଦପ୍ରସ୍ଥ ଆସିବାକୁ ମନସ୍ଥ କଲେ । ଅର୍ଜୁନଙ୍କ ଅନୁପସ୍ଥିତି ଗର୍ଭବତୀ ସନ୍ଧ୍ୟାବାଳୀ ପାଇଁ ଦୁର୍ବିଶହ ଜାଣି ରାଜପ୍ରସାଦର ଏକ ବୃକ୍ଷକୁ ନିଜର ଉପସ୍ଥିତ ବୋଲି ମନେ କରିବାକୁ ଅର୍ଜୁନ ପତ୍ନୀଙ୍କୁ ପ୍ରବୋଧନା ଦେଲେ । ସେହି ବୃକ୍ଷ ଅର୍ଜୁନ ବୃକ୍ଷ ନାମରେ ପରିଚିତ । ପରି ଶେଷରେ ଅର୍ଜୁନ ସନ୍ଧ୍ୟାବାଳୀ ଠାରୁ ବିଦାୟ ନେଇ ମର୍ତ୍ତ୍ୟପୁରରେ ପହଞ୍ଚିଲେ ।

ନାଗାର୍ଜୁନ ବେଶ

ଏକଦା ତକ୍ଷକ୍ୟନାଗର ପୁତ୍ର ବାତାବଳୀ ନାଗାର୍ଜୁନଙ୍କୁ ପିତାଙ୍କ ସଂପର୍କରେ ପ୍ରଶ୍ନ କଲା । ଏହି ପ୍ରଶ୍ନରେ ଅପମାନିତ ହୋଇ ନାଗାର୍ଜୁନ ମାଙ୍କ ନିକଟକୁ ଆସି ପିତାଙ୍କ ପରିଚୟ, ବାସସ୍ଥାନ ଇତ୍ୟାଦି ସଂପର୍କରେ ଜାଣିବାକୁ ଚାହିଁଲା । ମାଙ୍କ ଠାରୁ ସମସ୍ତ ବିଷୟ ଅବଗତ ହୋଇ ପିତାଙ୍କୁ ସାକ୍ଷାତ କରିବା ପାଇଁ ଜିଦ୍ ଧରିଲା । ମାତାଙ୍କ ଠାରୁ ଆର୍ଶୀବାଦ ଓ ବିଦାୟ ନେଇ ମର୍ତ୍ୟଲୋକକୁ ଅଗ୍ରସର ହେଲା । ପିତାଙ୍କ ଅନ୍ୱେଷଣରେ ମର୍ତ୍ତ୍ୟଲୋକରେ ବୁଲୁବୁଲୁ କାଶୀନଦୀରେ ତୀରରେ ପହଞ୍ଚିଲା । ନଦୀ ପାର୍ ହେବା କଥା ଚିନ୍ତା କରି ନଦୀର କୂଳେ କୂଳେ ଯାଉଯାଉ ଏକ ଅନୁପମ ଉଦ୍ୟାନ ଦେଖିଲା । ସେ ଉଦ୍ୟାନର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ ।

ମଳୟର ପବନ ଅନବରତ ପ୍ରବାହିତ । ନାନା ଜାତି ସୁଗନ୍ଧ ପୁଷ୍ପ ଓ ଝରଣା ବନ୍ୟଜନ୍ତୁ ରହିଛନ୍ତି । ଇନ୍ଦ୍ରଙ୍କର ପ୍ରମୋଦ ଉଦ୍ୟାନ ନନ୍ଦନକାନନ ଅପେକ୍ଷା ଏହା ଅତ୍ୟନ୍ତ ଆକର୍ଷଣୀୟ । ଏହି ଉଦ୍ୟାନ 'ହର ଉଦ୍ୟାନ' ନାମରେ ପରିଚିତ ।

ଏହି ଉଦ୍ୟାନର ପୂର୍ବ ଦ୍ୱାରରେ ଦ୍ୱାରପାଳ ଆଦିତ୍ୟ, ଦକ୍ଷିଣ ଦ୍ୱାରର ଦ୍ୱାରପାଳ ଗଣେଶ, ଉତ୍ତର ଦ୍ୱାରର ଦ୍ୱାରପାଳ ଚଣ୍ଡ-ପ୍ରଚଣ୍ଡ ଓ ପଶ୍ଚିମ ଦ୍ୱାରର ଦ୍ୱାରପାଳ ଜୟନ୍ତିକ ଓ ଅଜନ୍ତିକ । ଉଦ୍ୟାନ ମଧ୍ୟରେ ବହୁ ମୁନି ଋଷି ଧ୍ୟାନ ମଗ୍ନ । ନାଗାର୍ଜୁନ ଉଦ୍ୟାନର ସୌନ୍ଦର୍ଯ୍ୟରେ ଅଭିବୂତ ହୋଇ ସେଠାରେ ରହିବାକୁ ଇଚ୍ଛା ପ୍ରକାଶ କଲା । ଦକ୍ଷିଣ ଦ୍ୱାରର ଦ୍ୱାରପାଳ ଗଣେଶଙ୍କୁ ନିଜର ମନର ଅଭିଳାଷ ଜଣାଇବାରୁ ଗଣେଷ ମନା କରିବା ସଙ୍ଗେ ସଙ୍ଗେ କେବଳ ଦେବ ଦେବ ମହାଦେବ ସନ୍ତୁଷ୍ଟ ହୋଇ ଅନୁମତି ପ୍ରଦାନ କଲେ ଏହି ଉଦ୍ୟାନରେ ବାସ କରି ହୁଏ ବୋଲି କହିଲେ । ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ନାଗାର୍ଜୁନ କଠୋର ତପସ୍ୟାରେ ବସିଲା । ନଦୀର ବାଲିରେ ଏକ ବାଲୁକା ଲିଙ୍ଗ ସ୍ଥାପନ ପୂର୍ବକ ଅଜପା ରୁଦ୍ର ବ୍ରହ୍ମ ମନ୍ତ୍ର ଜପ କଲା । କେବଳ ତୁଳସୀପତ୍ର ରକ୍ଷଣ କରି ତପସ୍ୟା ରତ ହେଲା । ଏହି ତପସ୍ୟାରେ ରୁଦ୍ର ସନ୍ତୁଷ୍ଟ ହୋଇ ନାଗାର୍ଜୁନ ସମ୍ମୁଖରେ ଆବିର୍ଭାବ ହେଲେ ଏବଂ ବର ଯାଚିଲେ ।

ନାଗାର୍ଜୁନ ତ୍ରୀପୁର ବିଜୟୀ ବର ସହିତ ପାଶୁ ପତ ଶର, ତ୍ରୀଶୁଳ, ଖଟୁଆଙ୍ଗ, ଅମୋହମୁଦଗର, ନାଗଫାସ ଇତ୍ୟାଦି ଅସ୍ତ୍ର ଲାଭ କଲା । ରୁଦ୍ର ନାଗାର୍ଜୁନଙ୍କୁ ପୁତ୍ର ବୋଲି ସମ୍ବୋଧନ କରି ମହାକାଳ ନାରାଚ ମଧ୍ୟ ପ୍ରଦାନ କଲେ ।

ନାଗାର୍ଜୁନ ରୁଦ୍ରଙ୍କ ସହିତ ମା ପାର୍ବତୀଙ୍କୁ ସାକ୍ଷାତ କଲା । ପାର୍ବତୀ ପୁତ୍ର ବୋଲି ସମ୍ବୋଧନ କରି ତ୍ରିଜୀବୀ ବର ଓ ଅମୋହ ଶକ୍ତି ପ୍ରଦାନ କଲେ । ହର ଉଦ୍ୟାନରେ ରହିବାକୁ ଅନୁମତି ଦେବାକୁ ସ୍ୱାମୀଙ୍କୁ ମଧ୍ୟ ଅନୁରୋଧ କଲେ । ଶିବ ପାର୍ବତୀଙ୍କ ପ୍ରିୟ ପୁତ୍ର ହେବାରୁ ଗଣେଷ ପରଶୁ ଓ ଅମୃତାକ୍ଷସର, କାର୍ତ୍ତିକେୟ, ସୂର୍ଯ୍ୟବ୍ରତ ଶର ଓ ହେମ ଗଦା ବାରାହୀ ଦେବୀ ଅଗ୍ନିନାରାଚ ଓ ମହାକାଳ ବାଣ ପ୍ରଦାନ କଲେ । ଏହି ସମସ୍ତ ଅସ୍ତ୍ର ଲାଭ କରି ନାଗାର୍ଜୁନ ମା ପାର୍ବତୀଙ୍କ ନିର୍ଦେଶରେ ହର ଉଦ୍ୟାନରେ ଥିବା ଶିବଙ୍କର ଅତିପ୍ରିୟ ଗଣ୍ଡାର ରକ୍ଷଣାବେକ୍ଷଣା ଗ୍ରହଣ କଲା ବୋଲି ଗବେଷକମାନେ ମତ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+