୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ଦେଶରେ ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ହେଲା ମାର୍ଚ୍ଚ
ମାର୍ଚ୍ଚ ମାସରେ, ମେ-ଜୁନ୍ ପରି ଗରମ ଅନୁଭୁତ ହେଉଛି । ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ।
ଭୁବନେଶ୍ବର: ଦେଶରେ ଗୋଟିଏ ପଟେ କରୋନା ଉପରେ ବିପଦ ଦେଖାଦେଇଛି । ଅନ୍ୟ ପଟେ ଉତ୍ତାପ ମଧ୍ୟ ଲୋକଙ୍କ ଅବସ୍ଥାକୁ ଖରାପ କରିଦେଇଛି। ମାର୍ଚ୍ଚ ମାସରେ, ମେ-ଜୁନ୍ ପରି ଗରମ ଅନୁଭୁତ ହେଉଛି । ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଦେଶର ତୃତୀୟ ସର୍ବାଧିକ ଉତ୍ତପ୍ତ ମାସ ।

ତାତିରେ ୧୨୧ ବର୍ଷର ରେକର୍ଡ ଭାଙ୍ଗିଲା ମାର୍ଚ୍ଚ ମାସ । ମାର୍ଚ୍ଚରେ ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଗୋଟିଏ ମାସରେ ସର୍ବାଧିକ, ସର୍ବନିମ୍ନ ଓ ସ୍ୱାଭାବିକ ତାପମାତ୍ରା କ୍ଷେତ୍ରରେ ୨୦୨୧ ମାର୍ଚ୍ଚ ଉତ୍ତପ୍ତ ମାସ ହୋଇଛି । ମାର୍ଚ୍ଚରେ ସର୍ବାଧିକ ହାରାହାରି ତାପମାତ୍ରା ୩୨ ଦଶମିକ ୬୫ ଡିଗ୍ରୀ ସେଲସିୟସ ରହିଥିଲା ବେଳେ ସର୍ବନିମ୍ନ ୧୯ ଦଶମିକ ୯୫ ଓ ସ୍ୱାଭାବିକ ୨୬ ଦଶମିକ ୩୦ ଡିଗ୍ରୀ ସେଲସିୟସ ରହିଥିଲା ।
ଚଳିତବର୍ଷ ମାର୍ଚ୍ଚରେ ହାରାହାରି ତାପମାତ୍ରା ଥିଲା ୩୨ ଦଶମିକ ୬୫ ଡିଗ୍ରୀ ସେଲସିୟସ । ଯାହାକି ଗତ ୧୧ ବର୍ଷରେ ସର୍ବାଧିକ ଏବଂ ୧୨୧ ବର୍ଷରେ ତୃତୀୟ ସର୍ବାଧିକ । ୨୦୧୦ ପ୍ରଥମ ଓ ୨୦୧୪ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ଥିଲା । ୨୦୧୦ରେ ୩୩ ଦଶମିକ ୦୨ ଓ ୨୦୧୪ରେ ୩୨ ଦଶମିକ ୮୨ ଡିଗ୍ରୀ ସେଲସିୟସ ରହିଥିଲା । ଏହାପୂର୍ବରୁ 2010 ରେ ଦେଶର ହାରାହାରି ସର୍ବାଧିକ ତାପମାତ୍ରା 33.09 ଏବଂ 2004 ରେ ଏହା 32.82 ଥିଲା। ତେବେ ଏହି ଦୁଇ ବର୍ଷ ମାର୍ଚ୍ଚରେ ଏତେ ଉତ୍ତାପ ଦେଖାଯାଇଥିଲା । ସେହିପରି ହୋଲି ଦିନ ଦିଲ୍ଲୀରେ 40.1 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
-
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ











Click it and Unblock the Notifications