ଜାନୁଆରୀ ୨୮ରୁ ଆରମ୍ଭ ଖଣ୍ତଗିରି ମେଳା
ଜାନୁଆରୀ ୨୮ରୁ ଖଣ୍ତଗିରି ମେଳା ଆରମ୍ଭ ହେବା ପାଇଁ ଯାଉଛି । ୩୦ରୁ ଆରମ୍ଭ ହେବ ଯାତ୍ରା । କୋଭିଡ୍ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହେବ ମେଳା । ଆଜି ବସିଥିବା ଭୁବନେଶ୍ୱର ମହାନଗର ନିଗମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର: ଜାନୁଆରୀ ୨୮ରୁ ଖଣ୍ତଗିରି ମେଳା ଆରମ୍ଭ ହେବା ପାଇଁ ଯାଉଛି । ୩୦ରୁ ଆରମ୍ଭ ହେବ ଯାତ୍ରା । କୋଭିଡ୍ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହେବ ମେଳା । ଆଜି ବସିଥିବା ଭୁବନେଶ୍ୱର ମହାନଗର ନିଗମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଆଜି ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଖଣ୍ତଗିରି ମେଳା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଶନରେଟ୍ ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ପାନୀୟ ଜଳ ବିଭାଗ, ପୂଜା କମିଟି, ଯାତ୍ରା କମିଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଏଥର ସ୍ୱଚ୍ଛତା ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଉଛି । ମେଳାରେ ୨୫୦୦ରୁ ଅଧିକ ଷ୍ଚଲ ଲାଗିବାର ବ୍ୟବସ୍ଥା କରାଯିବ । ୪ଟି ମୋବାଇଲ୍ ଟୟଲେଟ ରହିବ । ସେହିପରି ପ୍ଲାଷ୍ଟିକ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର । ତେବେ କୋଭିଡ୍ ପାଇଁ ଗତ ଦୁଇ ବର୍ଷ ହେବ ଖଣ୍ତଗିରି ମେଳା ବନ୍ଦ ରହିଥିଲା । ଦୁଇ ବର୍ଷ ପରେ ଏହି ମେଳା ଅନୁଷ୍ଠିତ ହେବା ପାଇଁ ଯାଉଛି ଯେଉଁଥି ପାଇଁ ଲୋକଙ୍କ ଭିଡ଼ ବଢିବ ବୋଲି ଆଶା କରାଯାଉଛି ।












Click it and Unblock the Notifications