ବଦଳିଲେ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାପାଳ
ବଦଳିଲେ ଜଗତସିଂହପୁର ଓ ଖୋର୍ଦ୍ଧାର ଜିଲ୍ଲାପାଳ । ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବା ବେଳେ ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ଭୁବନେଶୱର: ବଦଳିଲେ ଜଗତସିଂହପୁର ଓ ଖୋର୍ଦ୍ଧାର ଜିଲ୍ଲାପାଳ । ସଂଗ୍ରାମ ମହାପାତ୍ରଙ୍କୁ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବା ବେଳେ ପରୁଲ ପଟୱାରୀଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ପୂର୍ତ୍ତ ବିଭାଗର ଉପସଚିବ ଥିଲେ ୨୦୧୫ ବ୍ୟାଚ୍ ଆଇଏଏସ୍ ପାରୁଲ ପଟୱାରି ।

ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍ ସନତ କୁମାର ମହାନ୍ତିଙ୍କୁ ଏସସିଇଆରଟି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଆଉ ଏସସିଇଆରଟି ନିର୍ଦ୍ଦେଶକ ତଥା ଆଇଏଏସ୍ ଗଙ୍ଗାଧର ସାହୁଙ୍କୁ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।












Click it and Unblock the Notifications