ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା 28 ଖଣ୍ଡ କାଠ

ପୁରୀ: ରଥଯାତ୍ରାର ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଛି କାଠ । ଏହି କାଠ ବୌଦ୍ଧ ଜିଲ୍ଲାରୁ ଆସି ଶନିବାର ଦିନ ପୁରୀରେ ପହଞ୍ଚିଛି । 40 ଫୁଟିଆ 28 ଖଣ୍ଡ ଧରୁଆ କାଠ ଆସି ରଥଖଳାରେ ପହଞ୍ଚିଛି ।

ratha yatra

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପୁରୀରେ ରଥ ଯାତ୍ରାରେ ତିନିଟି ରଥ ନିର୍ମାଣ ପାଇଁ ମୋଟ 303 ଖଣ୍ଡ କାଠ ଯୋଗାଇବାକୁ ବୌଦ୍ଧ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ କାଠ ଶନିବାର ଦିନ ପହଞ୍ଚିଛି । ବାକି କାଠ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ଏହାପୂର୍ବରୁ, 104 ଖଣ୍ଡ କାଠ ରଥଖଳାରେ ପହଞ୍ଚି ସାରିଛି । ଏଥିମଧ୍ୟରୁ 81 ଖଣ୍ଡ କାଠ ଖପୁରିଆ କରତକଳକୁ ପଠାଯାଇଛି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମୁଦାୟ 865 ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷର 118 ଖଣ୍ଡ କାଠ ବଳକା ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+