ହୋଲିରେ ସିଲଭର ସିଟିରେ କଡ଼ା କଟକଣା : 15 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ
ସିଲଭର ସିଟି କଟକରେ ପୁଲିସ ଗଳିକନ୍ଦିରେ ପାଟ୍ରୋଲିଂ କରୁଛି । ସହରରେ ପାଖାପାଖି 15 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟ ହୋଇଛନ୍ତି ବୋଲି କଟକ ଡିସିପି କହିଛନ୍ତି ।
ଭୁବନେଶ୍ୱର । ଆଜି ରଙ୍ଗର ପର୍ବ ହୋଲି । ଗାଁ ଠାରୁ ସହର ଯାଏଁ ଉତ୍ସବମୁଖର । ହେଲେ କରୋନା ଦୃଷ୍ଟିରୁ ଚଳିତ ବର୍ଷ ଘରେ ରହି ହୋଲି ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଛି । ହୋଲି ଯୋଗୁଁ ସଂକ୍ରମଣ ବଢିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ଏହାକୁ ନେଇ ଅନେକ କଟକଣା ଜାରି କରିଛନ୍ତି ।

ବିଶେଷ କରି ଟ୍ୱିନ ସିଟି (ଭୁବନେଶ୍ୱର- କଟକ)ରେ କଟକଣାକୁ କଡ଼ାକଡ଼ି କରାଯାଇଛି । ସିଲଭର ସିଟି କଟକରେ ପୁଲିସ ଗଳିକନ୍ଦିରେ ପାଟ୍ରୋଲିଂ କରୁଛି । ସହରରେ ପାଖାପାଖି 15 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟ ହୋଇଛନ୍ତି ବୋଲି କଟକ ଡିସିପି କହିଛନ୍ତି । ସେହିପରି ରାସ୍ତା ଉପରେ ହୋଲି ଖେଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।












Click it and Unblock the Notifications